ମୌସୁମୀ ଗୋ ତୁମେ ଆସ
ଧରଣୀ ବକ୍ଷ କୁ କରିଦିଅ ସିକ୍ତ
ତେଜି ତବ ମନ ରୋଷ।
ନିଦାଘ ର ଖରା ହେଉଛି ପ୍ରଖର
ବେଳୁବେଳ ଧରା ପୃଷ୍ଠେ
କୀଟ ରୁ ପତଙ୍ଗ ପଶୁପକ୍ଷୀ ଗଣ
ଜୀବନ ବିତାନ୍ତି କଷ୍ଟେ।
ଉତ୍ତପ୍ତ ସମୀର ବହୁଛି ପ୍ରଖର
ଦେଉଅଛି ପ୍ରାଣ ପୀଡ଼ା।
ନିଦାଘ କଷଣ କରିବାକୁ ଶେଷ
ତୁମ ଆଗମନ ଲୋଡା।
ଯେତେ ରାଗ ରୁଷା ମାନ ଅଭିମାନ
ମନରୁ ତୁମର ଭୁଲି
ବିଜୁଳି ସଙ୍ଗତେ ଘଡ଼ଘଡ଼ି ନାଦେ
ବିହୀ କୁ ଆସ ଗୋ ଚାଲି।
ତୁମରି ପରଶେ ଧରା ର ବକ୍ଷରେ
ବହିବ ଶୀତଳ ବାଆ
ପ୍ରାଣୀ ଜଗତର ଆତୁର ଚିତକୁ
ତୁମେ ଏକା ହୁଅ ସାହା।
ବାଦଲ କୁ ଚିରି ବରଷି ଦିଅହେ
ଅମୃତର ବାରିଧରା
ବାରି ରେଣୁ ସ୍ୱର୍ଶେ ଶୁଷ୍କ ତାକୁ ହେଜି
ଶୀତଳ ହୋଇବ ଧରା ...
ସାଗର ପ୍ରଧାନ, ଗଂଜାମ
