ରହିଛି ଆକାଶେ ଚାହିଁ
ଅମାନିଆ ତାର ପ୍ରେମିକ ଭ୍ରମର
ଦେବ ଆସି ଓଠେ ଛୁଇଁ ।
ବାସ ହୀନ ତନୁ ଅଙ୍ଗରେ ଲାଗିବ
ପ୍ରେମ ପିରତିର ବାସ
ଦୁଃଖଦ ଜୀବନେ ଉନ୍ମାଦ ଭରିବ
ଜୀବନ ହେବ ସରସ ।
ଅନେକ ଦିନର ପ୍ରତୀକ୍ଷା ର ବୋଧେ
ହୋଇଯିବ ଆଜି ଅନ୍ତ
ନିଜର ରଙ୍ଗ କୁ ଦେବ ପ୍ରତିଦାନ
ଫେରି ଆସିବ ବସନ୍ତ ।
ମିଳନ ରେ ଯେଉଁ ଆନନ୍ଦ ରହିଛି
ଅନ୍ୟ କେଉଁଠାରେ ନାହିଁ
ସେଥି ପାଇଁ ମନ ଝୁରଇ ସା ଥି କୁ
ପରସ ପାଇବା ପାଇଁ ।
ସାଗର ପ୍ରଧାନ, ଗଂଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.