ପ୍ରୀତିର ଡ଼େଣାକୁ ଝାଡ଼ି
ନ'ଥିବ ଦୁଃଖ ନ'ଥିବ ବିଶାଦ
ନଥିବ କର୍କଷ ରଡ଼ି ||
ନିରୋଳାରେ ବସି ପ୍ରେମ କରୁଥିବା
କପୋତ କପୋତି ପରି
ଦୁହେଁ ଦୁହିଁଙ୍କର ସୁଖର ଦୁଃଖର
ହସର ଲୁହର ଡ଼ୋରି ||
ଭୂଲିଯିବା ଆମେ ମାନ ଅଭିମାନ
ମାୟା ବନ୍ଧନର ଜାଲ
ଗାଉଥିବା ଗୀତ ରାଗ ଅନୁରାଗେ
ଫିଙ୍ଗି ଛଳନା ଦୀପର ଝୁଲ ||
ବସିଯିବା ଆମେ ଜହ୍ନ ସଙ୍ଗେ ମିତ
ତାରା ସହ ସଙ୍ଗାତ
ପ୍ରେମ ପିରତୀରେ ହଜିଯାଉଥିବା
ଭୁଲିଯାଇ ଅପବାଦ ||
ବାହୁଡ଼ିବା ଆମେ ଜହ୍ନର କୋଳରୁ
କେତେ ପ୍ରୀତି ସାଊଁଟେଇ
ହାତ ଠାରି ପୁଣି ବିଦାୟ ହୋଇବା
ଫେରିବାର ଆସା ନେଇ ||
ନିରଞ୍ଜନ ପଣ୍ଡା,
ପୁରଣ ପଧାନ, ବାଳକାଟି, ଖୋର୍ଦ୍ଧା,
ଫୋନ- ୮୦୯୩୮୯୮୯୮୪
0 Comments
You can write now your valuable comments here. Off-topic comments may be removed or deleted without prior notice.