ଅଭିମାନୀ ପ୍ରିୟା - ସୁନିଲ କୁମାର ବେହେରା

0
ଅଭିମାନୀ-ପ୍ରିୟା ଅନୁରାଗେ ଆସି
ଅଭଲ ବାରତା ଦିଏ
ଅଭୟପତ୍ରକୁ ଅଭାଷଣେ ଦେଇ
ଅଭିଧ୍ୟାନେ ଚାହିଁଥାଏ ।।୧।।

ଅଭିମାନୀ ଆଜି ଅଭିପ୍ରଣୟରେ
ଅଭିଯୋଗ ଆଣୁଥାଏ
ଅଭିପ୍ରାୟ ତା'ର ଅଭରଟିକିଲି
ଅଭିନୟେ କହୁଥାଏ ।।୨।।



ଅଭିଜ୍ଞାପନରେ ଅବିଧ୍ୟା ଆଣ‌ଇ
ଅଭିଜ୍ଞା-ଅଭିମାନିନୀ
ଅଭିଜନଠାରେ ଅଭିଗମ ପାଇଁ
ଅଭିଗ୍ରହ ସେ ଚାହେଁନି ।।୩।।

ଅଭିଆଡୀ ହୋଇ ଅଭାଗି ଜୀବନେ
ନାହିଁ ତା'ର ଅଭିଳାଷ
ଅଭିପ୍ସା କର‌ଇ ଅଭିସର ଲାଗି
ହେଉଥାଏ ଅଭିମର୍ଷ ।।୪।।



ଅଭିରୁଚି ତା'ର ଦି'ପଟ ଶଙ୍ଖାକୁ
ଟୋପାଏ ନାଲି ସିନ୍ଦୂର
ଅଭିରଙ୍ଗୀ ଆଜି ଅଭିମୁର୍ଚ୍ଛିତରେ
କହୁଥାଏ ବାରମ୍ବାର।।୫।।




ସୁନିଲ୍ କୁମାର ବେହେରା (ଶିକ୍ଷକ)
ନୂଆଗାଁ-ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ- ୮୦୧୮୯୯୭୬୯୬

Post a Comment

0Comments
Post a Comment (0)