ଦେଖିଲା ମୁନା ସପନେ ଦିନେ
ଆସିଛି ଏକ ପରି,
ଝିକମିକ୍ ତା' ପୋଷାକେ ଲଗା
ଚିକିମିକିଆ ଜରି ।

ଆତୁର ହୋଇ କହିଲା ମୁନା
ପରି କାନରେ ଥିରି,
ଆମ ରାଇଜ ବୁଲାଇ ଦେବି
ନିଅ ମତେ ମିତ କରି ।

ଖୁସିରେ ମୁନା ମାରିଲା ଡିଆଁ
ପରିକୁ ପାଖେ ପାଇ,
କହିଲା ମୁନା ଯିବନି ଛାଡ଼ି
ଏକାକୀ କରି ଦେଇ ।

ଖେଳିଲେ ଦୁହେଁ ଖୁସି ମନରେ
ହାତ କୁ ହାତ ଛନ୍ଦି,
ନାଚିନାଚିକା,ଗାଇଗାଇକା
କରିଲେ କୁଦାକୁଦି ।

ହଠାତ ମା' ଡା଼କିଲେ ମୁନା
ଉଠ ସକାଳ ହେଲା,
ନିଦରୁ ଉଠି ଦେଖିଲା ସିଏ
ପାଖେ ପରି ନ ଥିଲା ।

ଭାବିଲା ହସି ମନେ ମନ ସେ
ସପନ ସବୁ ଥିଲା,
ନିଜ ମନକୁ ବୁଝାଇ ଦେଇ
ପରି କୁ ଭୁଲି ଗଲା ।




ପ୍ରୀତିପ୍ରିୟା ମହାନ୍ତି, ରମ୍ଭା, ଗଂଜାମ