ଶିକ୍ଷା ବିନା ଜୀବନ ଯେ ଅଟଇ ଅନ୍ଧାର,
ଶିକ୍ଷା କରେ ଜୀବନକୁ ସରସ ସୁନ୍ଦର ।

ଶିକ୍ଷା ବଳେ ପଗୁଂ ଯେ ଲଘୁଂଅଛି ଗିରି,
ଶିକ୍ଷା ଯୋଗୁଁ ବ୍ୟକ୍ତି ହୁଏ ଅମର ମରି କରି ।

ଶିକ୍ଷା ବିନା ଜୀବନ ଯେ ନୁହଁଇ ଜୀବନ,
ଶିକ୍ଷା ବିନା ବ୍ୟକ୍ତି ହୁଏ ଭାରି ହୀନିମାନ ।

ଶିକ୍ଷା ଅଟେ ଜୀବନର ଆଲୋକବର୍ତିକା,
ଶିକ୍ଷା ନୁହେଁ ଜମାରୁ ଯେ ମାୟା ମରୀଚିକା ।

ଶିକ୍ଷା ପଛେ ଧାଏଁ ଯିଏ ସେ ହୁଏ ବିଜୟୀ,
ଅଶିକ୍ଷିତ ଗହଳିରେ ନିଜକୁ ଖୋଜଇ ।

ଶିକ୍ଷା ଦ୍ବାରା ବ୍ୟକ୍ତିଟିଏ ହୁଏ ସଚେତନ,
ଶିକ୍ଷା ବଳେ ବ୍ୟକ୍ତି ଜାଣ ହୁଏ ବଳୀୟାନ ।

ଶିକ୍ଷା ବଳେ ବ୍ୟକ୍ତି ବଝୁଇ ନିଜକୁ,
କାର୍ଯ୍ୟ କରେ ନିତି ତେଜି ସେ ବୁଧିକୁ ।

ରାଜା ସିନା ପୂଜା ପାଏ ନିଜ ରାଇଜରେ,
ଶିକ୍ଷିତ ପୂଜା ପାଏ ଦେଶ ବିଦେଶରେ ।

ଶିକ୍ଷା ଯୋଗୁଁ ବ୍ୟକ୍ତି ହେଲେ ଗର୍ବୀ ଅହଂକାରୀ,
ସେ ଶିକ୍ଷା ଆଦୈା ନୁହେଁ ଦରକାରୀ ।

ଶିକ୍ଷା ଲାଭ କରି ଚାଲୁଥିବା ସତପଥେ,
ଭଲଗୁଣ ଦିଅ ପ୍ରଭୁ ଅଛି ଯେତେଯେତେ ।




ପ୍ରୀତିପ୍ରିୟା ମହାନ୍ତି, ରମ୍ଭା, ଗଞ୍ଜାମ