ଶୁଖିଲା ଧାରଟେ ହେଇ
ବହିଯା'ନ୍ତି କି ସମୁଦ୍ରକୁ,
ଉଡ଼ାଶିଖା ଚଢ଼େଇଟେ ହେଇ
ଛୁଇଁଯା'ନ୍ତି ଆକାଶ ।
ଫେରେଇ ଆଣନ୍ତି
ବାହୁଡା଼ ସମୟକୁ,
ଶୁଖିଲା ବାଲିର
ବିଡ଼ମ୍ବିତ ଭାଗ୍ୟରେ
ଖୋଜୁ ଖୋଜୁ ପାଇଯା'ନ୍ତି
ମୋତି ଥିବା ଗୋଟେ ଶାମୁକା ।
କାହାକୁ ହେଲେ କହିବି,
ଏସବୁ ତ ପାଗଳର ପ୍ରଳାପ,
ଅପୂରଣ ଦିବା ସ୍ବପ୍ନ ।
ଏମିତି କେତେ ଇଚ୍ଛା ଆସେ ଓ ଯାଏ,
ସମୟର ଅହଂକାରରେ
ବଳକା ଆୟୁଷ ସରିଯାଏ ।।




ରାଜେଶ କୁମାର ମୁଣ୍ଡ, ଧର୍ମଗଡ଼