ବାହୁ ବନ୍ଧନରେ ମିଶି ଗଲେ ତୁମେ
ଭରି ଯାଏ ଶିହରଣ ।
ଅତୀତ ର ସ୍ମୃତି ମଥା ପିଟି କରେ
ମଧୁରାତି ଜାଗରଣ ।

କାମନା ର ରାତି ଜାଗି ରହିବାକୁ
ଦେଇଥାଏ କେତେ ରାଣ ।
ଚାତୁରୀ ଚାହାଣୀ ହାଣି ଦିଏ ସତେ
କରି କେତେ ଅଭିମାନ ।

ତନୁ ମନ ପ୍ରାଣ ପୁଲକିତ ଭରେ
ସ୍ପର୍ଶ କାତାରତା ପୂର୍ଣ୍ଣ ।
କାମିନୀ କାମନା ଚରିତାର୍ଥ କରେ
ମଧୁଶଯ୍ୟା ର ଶୟନ ।।




ସା/ପୋ- ଲୋଧାଚୁଆ, ଜିଲ୍ଲା-ନୟାଗଡ