କେଉଁଠାରେ ଥିଲି କେଉଁଠି ଆସିଲି
କେତେ ତ ବଡ ଏ ଘର
ହାତ ଗୋଡ ଯେତେ ଓସାରି ହେଲେ ବି
ଲାଗେ ନାହିଁ କିଛି ଡର
ଆଖି ବୁଜି ଖାଲି ପଡିଥିଲି ସେଠି
ହାତଗୋଡ ଏବେ ଦେଖୁଛି ଯାହା ମୁଁ
ଇଏ ଏକା ସଂସାରକି ?

ନୂଆଁ ମୁଁ ଆସିଛି ଜାଣିନି ତ କିଛି
ସବୁ ଲାଗେ ଏଠି ନୁଆଁ
କଅଣ ଚାହୁଁଛ କିଏ ତୁମେ ସବୁ
କେଉଁଠି ତୁମର ଠାଆଁ
ମୋଅରି ଭାଷାରେ କହିବି ମାମାକୁ
ତମେ ଆସିଥିଲ ବୋଲି
ଚିହ୍ନି ପାରୁନି ମୁଁ ଜଣକୁ ଏଇଠି
ଏଇତ ଆସିଛି କାଲି |



କେତେ ଆନନ୍ଦତୁ ଦେଉଛୁରେ ଡବା
ପ୍ରାଣ ନାହିଁ ସିନା ତୋର
ତୋଠାରେ ସମୟ ବିତିଯାଏ ମୋର
ତୋ’ପାଇଁ ନଥାଏ ଡର
ଧରି ଦେଲେ ତତେ ଜାବୋଡି ମୋ ହାତେ
ସଂସାର ଦେଉଥିଲେ ଚୁମ୍ବନ ମୁଁ ତତେ
ମନ ମୋର ଖାଲି ବାସେ |



ଏଠିତ ଅଛନ୍ତି ଦେଖୁଥିଲି କାଲି
ଯାହାକୁ ମୁଁ ଏଇ ଥାନେ
ଝରକା ସେପଟେ କିଏ ଘୁମୁରୁଛି
ଘୁମୁରୁ ଘୁମୁରୁ ତାନେ
କୁହୁକୁହୁ କିଏ ଗାଉଅଛି ପୁଣି
କିଏ କରେ କାଆ କାଆ
ଉପରେ କିଏସେ ଚକା ହୋଇ ଦିଶେ
ଖାଲି ନାଲିଆ ନାଲିଆ |



ଜଗନ୍ନାଥଙ୍କୁ ମୁଁ ଯେତେ ଦେଖିଲେବି
ବାବା ମାମାଠୁ କି ବଡ
ବୋଲ ବତାନ୍ତିନି ବୋଲି ତାଙ୍କ ପାଖେ
ଲାଗିଛି ଏ ଲୋକ ଭିଡ
ଚକାଚକା ଆଖି କଳା ମୁଁହ ବୋଲି
ଶରଧା ଲାଗୁଛି ଦେଖି
କେବେଠୁ ତାଙ୍କ ମୋ ଭାବ ଅଛି ପରା
ଫେରୁନି ତାଙ୍କଠୁ ଆଖି |






କବି ଶ୍ରୀଯୁକ୍ତ ଭାନୁହଂସ ପଣ୍ଡା, ଛତ୍ରପୁର, ଗଂଜାମ