ହାରିବାର ଇଚ୍ଛା - ଗୋପାଳ ଚନ୍ଦ୍ର ସାଓ

0
ପ୍ରତି ଥର ହାରିବାର
ଇଚ୍ଛା ନେଇ
ମୁଁ ପ୍ରତିଯୋଗିତା କରେ...
ତୁମ ସହିତରେ
ସବୁଦିନେ ତୁମେ ଜିତ
ଆଉ ମୁଁ ହାରେ ...
ଅଜସ୍ର ଖୁସି ବାଣ୍ଟ ତୁମେ
ନିଜ ଅଜାଣତ ରେ
ମୁଁ ସେଇ ଖୁସି ସବୁକୁ
ସାଉଁଟି ସାଉଁଟି
ବିଭୋର ହୁଏ
ମୋ ହାରିବାରେ...
ହେଲେ ଥରେ
ତମାମ ଜୀବନରେ
ଜିତିବାକୁ ଇଚ୍ଛା
ତୁମ ନିକଟରେ...
ଯୋଉ ଦିନ ତୁମେ
ତୁମ ଫୁଲ ପରି ମନ ଟା କୁ
ବଢ଼େଇ ଦେବ
ମୋ ହାତରେ...ଆଉ
ଭଲ ପାଅ ବୋଲି
କହି ବସିବ ଥରେ...
ଠିକ୍ ସେଇଦିନ ହେବ
ପ୍ରକୃତ ଜିତାପଟ
ହାରି ଜିତିବାରେ...
ନିଜକୁ ସବୁଠାରୁୁ
ଭାଗ୍ୟବାନ ମନେ କରିବି
ଏଇ ଦୁନିଆଁ ରେ...




ଦେଉଳି, ବାରିପଦା, ମୟୂରଭଞ୍ଜ
ମୋ-9937046998

Post a Comment

0Comments
Post a Comment (0)