ଶୁଭ ସକାଳର ଶୁଭ କାମନାରେ
ଦୂରରୁ ଜଣାଏ ଶୁଭ ସ୍ଵାଗତ,
ବନ୍ଧୁ ପରିଜନ ବିଭୁଙ୍କ ଆଶିଷେ
ପ୍ରାଣ ଉଠୁଥାଉ ଯେ ଉଲ୍ଲସିତ ।
ନବ ପ୍ରଭାତରେ ନବ ଉନ୍ମାଦନା
ଭରିଯାଉ ସଭିଙ୍କର ପ୍ରାଣରେ,
ପ୍ରାଣବନ୍ତ ହେଉ ସୁନେଲି କିରଣେ
ବିଭୁମୟ ହେଉ ଏ ଧରାରେ ।
ଉତ୍କଳ ର ପୁର ପଲ୍ଲୀ ଗାଇଉଠୂ
ସତ୍ୟର ଅମୃତ ବାଣୀ,
ଅସତ୍ୟ,ଅନ୍ୟାୟ କାଳିମା ହଟେଇ
ବିଜେକରନ୍ତୁ ବୀଣାପାଣି ।
ଲକ୍ଷ୍ମୀ ଠାକୁରାଣୀ ସୁଦୟା କରନ୍ତୁ
ମୋର ଏ ଉତ୍କଳ ପରେ,
ଅନାହାରେ ଜମ୍ମା ନ ମରନ୍ତୁ କେହି
ସର୍ବେଥାନ୍ତୂ ନିରୋଗରେ ।
ବ୍ରହ୍ମାବିଷ୍ଣୁ ମହେଶ୍ୱର ଙ୍କର ଦୟା
ଓଡିଶା ମାଟିରେ ଥାଉ,
ମା,ମାଟି, ମାତୃଭାଷା ସୁରକ୍ଷା ଯେ
ଆମ ଜୀବନର ବ୍ରତ ହେଉ ।
ପ୍ରଣତି ର ଏହି ଶୁଭ କାମନାରେ
ସକାଳ ଆରମ୍ଭ କରେ,
ସ୍ନେହ, ପ୍ରେମଡୋରେ ସଭିଙ୍କୁ ତ ବାନ୍ଧ
ଏହି ନିବେଦନ କରେ ।




ପ୍ରଣତି ମହାପାତ୍ର, ଶିକ୍ଷୟିତ୍ରୀ
ବାଲେଶ୍ୱର