ପ୍ରଭାତ ବର୍ଣ୍ଣନା - ସନ୍ତୋଷ ପଟ୍ଟନାୟକ

0
ଉଇଁଲେ ପୂରୁବେ ବିଭାବସୁ ଯେବେ
ଉଭାନ ହୋଇଲେ ନିଶା
ଉଷାରାଣୀ ଶୋଭା ଲୋହିତ ବର୍ଣ୍ଣରେ
ଉଲ୍ଲସିତେ ମନଆଶା..

ଉଷତ ହୋଇକି ସଖିଏ ସରିତେ
ଉଷାକାଳ ସ୍ନାନରତେ,
ଉତ୍ସାହେ ଛାଟନ୍ତି ଜଣେ ଆନ ଜଣେ
ଉଦ୍ଦାମ ଇଙ୍ଗିତ ରତେ….

ଉତ୍କଳୀ ସୁମରେ ବିଭୁପଦ ଆଶେ
ଉତ୍ସର୍ଗିତ ତନୁମନ,
ଉଠ ସୁପ୍ତ ଯେତେ ବରଜି ନିଦ୍ରିତ
ଉଷାକାଳ ଆବର୍ତ୍ତନ….




ସନ୍ତୋଷ ପଟ୍ଟନାୟକ
ଗଞ୍ଜାମ, ବେଗୁନିଆପଡା ବ୍ଲକ

Post a Comment

0Comments
Post a Comment (0)