ଯୁଦ୍ଧ ଚାଲିଛି ଆଉ ଚାଲିବ - ଗୋପାଳ ଚନ୍ଦ୍ର ସାଓ

0
ଯୁଦ୍ଧ କେବେବି ସରିବନି
କାରଣ ଦେଖ
ଏବେବି ସଞ୍ଚିତ ଅଛି
ତୁଣୀରେ ତୀର
ଆଉ ତରବାରୀ ରେ
ଶାଣିତ ଧାର...
ଅବଶ୍ୟ ଯୁଦ୍ଧ ଏକ
ମିମାଂସ ନୁହେଁ କି
ପ୍ରଶଂସା ବି ନୁହେଁ
ତଥାପି ଅହ ରହ ଚାଲିଛି
ପ୍ରସ୍ତୁତି ଶିବିର..
ଏଠି ସବୁ ମିଛ
ସପକ୍ଷ ଆଉ ବିପକ୍ଷ
କେହି ନୁହେଁ ନିରପେକ୍ଷ
ହାର ଜିତ ଚାଖେ ଖାଲି
କଞ୍ଚା ରକ୍ତ ନିଜର...
ଏଠି ମୁଁ ମୋର ଶତ୍ରୁ
ନିଜକୁ ବାରମ୍ବାର ବାର କରେ
ସବୁବେଳେ ଜିତି ହାରେ
ଅହଂକାର ପତାକା
ଉଡେଇ ଫର୍ ଫର୍




ଦେଉଳି, ବାରିପଦା, ମୟୂରଭଞ୍ଜ
ଦୂରଭାଷ- ୯୯୩୭୦୪୬୯୯୮

Post a Comment

0Comments
Post a Comment (0)