ରାଗ-ସିନ୍ଧୁ କାମୋଦୀ

ଘଣ୍ଟାକର୍ଣ୍ଣ-ପତି ଚାହିଁ ଦେଲେ ଗତି
ବିଧୂଗଣ ସମାଦର
ଘାରିଦେଲା ମତି ହ୍ରୁଦେ ଦେଲା ଗତି
ଗମ୍ଭିରେ ଭାଷିଲେ ଗିର ାା୧ାା
ଘତ ରେ ଗର୍ଭିଣୀ ମୋ ସଙ୍ଗମେ ଜାଣି
ହୋଇଥାନ୍ତେ ଗିରିଜା ଯେ
ଘୋର ମଣି ଯେଣୁ ତୁମ୍ଭ ଦେବଗଣୁ
ନାଶଗଲା ସ୍ତୁତି ବ୍ୟାଜେ ାା୨ାା
ଘୋଷି କି କ୍ରନ୍ଦନ ଜାତ ଯେ ନନ୍ଦନ
ସଙ୍ଗମୁ ଋତେ ସମ୍ଭୁତ
ଘୋର କରି ବଳ ନାଶି ଦୈତ୍ୟ କୁଳ
ବୋଲାଇ ଦେବ-ଦୟିତ ାା୩ାା
ଘେର ପଡି ଧ୍ରୁତି ବାସନା ବିପତ୍ତି
ନିଷ୍ଫଳ ଭାବନ-ରାଜି
ଘେନା ଘେନି ତହିଁ ବିଷାଦ କୁ ନାହିଁ
କି ମର୍ମେ ଅଛ ବିରାଜି ାା୪ାା
ଘେନିବାକୁ ରେତ ବସୁଧାସମର୍ଥ
ନିଚ୍ଛକ ଆମ୍ଭେ ଯେ ମଣୁ
ଘେନିବ କେ ଦେବ ଏ ରେତ ବିଭବ
ନିଜେ ଅସମ୍ଭବ ମଣୁ ାା୫ାା




ଗ୍ରା/ପୋ-ରୁଷୁଡା,ବରଗଡ