ଅତଳ ମମତା ମୂର୍ତ୍ତି,
ସଂବେଦନା ର ତୁ ଉଦାର ମତି ଗୋ
ପ୍ରାଣର ଅତୁଳ ତ୍ରୁପ୍ତି ॥୧ାା
ତୁହିଁ ମୋର ସ୍ମ୍ରୁତି ତୁହିଁ ମୋର ମତି
ତୁହିଁ ମୋର ସ୍ମ୍ରତିସ୍ତମ୍ଭ,
ତୁହିଁ ମୋର ଧୈର୍ଯ୍ୟ ଅବା ଜ୍ଞାନ ମୋର
ତୁହିଁ ମୋ ଯଶ ର ଦମ୍ଭ ॥୨ାା
ନ କରିବ କ୍ରୋଧ ମୋର ପ୍ରତି ମାତା
ନ କରିବ କେବେ ରୋଷ,
ପୁତ୍ର ମୁଁ ତୁମ୍ଭର କ୍ଷମଣୀୟ ସଦା
ନ ଧରିବ ମୋର ଦୋଷ ॥୩ାା
ତୁହିଁ ମୋ ଲେଖନୀ ଶକ୍ତି ର ବନ୍ଧନୀ
ପ୍ରାଣ ର ମୋ ରକ୍ତ ବିନ୍ଦୁ,
ତବ ସ୍ନେହାଶୀଷେ ପ୍ରାଣ ନଦୀ ମୋର
ପୁରାଇବ ଧୈର୍ଯ୍ୟ ସିନ୍ଧୁ ॥୪ାା
ସେ ସିନ୍ଧୁ ରତନେ ଗଢି ଦେବି ମାତ
ତବ ପଣ ଅଳଙ୍କାର,
ପିନ୍ଧାଇବି ମାତ ଯେଉଁ ଭାବେ ଯାହା
ନ କରିବ ହତାଦର ॥୫ାା
ଧନ୍ୟ ତୁମେ ମାତ ଧନ୍ୟ ତୁମ ଜ୍ଞାତ
ଜାଣିଲ ମୋ ମନ କଥା
ବ୍ୟାକୁଳିତ ଥିଲି କେମନ୍ତେ ହରିବି
ବ୍ୟାକୁଳ ଜଗତ ବ୍ୟଥା ॥୬ାା
ବନବାସ ମାତ୍ର ଛଳ ମୋ ଜନନୀ
ପିତା ଙ୍କ ପଣ ମାଧ୍ୟମ,
ମୋର ଇଚ୍ଛା ମତେ ଘଟିବ ସବୁ ଗୋ
ଜଗତ କୁ ଦେବି ଶର୍ମ ॥୭ାା
ଯଥା କାଳେ ଯଥା କର୍ମ କରିବାକୁ
ପ୍ରେରିତ କରିବା ମନେ,
ଦ୍ୱିତୀୟ ବର ର ମହିମା ଏହା ଗୋ
ଲାଗିବି ଭୁବ କଲ୍ୟାଣେ ॥୮ାା
ଆଉ କିସ ଅବା ମାଗିବି ତୁମକୁ
ଅଭିଧା ଦେଇଛ ମୋତେ,
ଅମ୍ଳାନ ହେବାକୁ ଇଚ୍ଛା ଅଛି ମୋର
ଯଦି ପାର ଦେବ ସେତେ ॥୯ାା
ଅମାନ୍ୟ,ଅପୂଜ୍ୟ, ଅଯୋଗ୍ୟ,ଅସୁର
ନ ବୁଝି କରିବେ ରୋଷ,
ମାନ୍ୟ, ପୂଜ୍ୟ, ଯୋଗ୍ୟ, ସୁମତି,ପଣ୍ଡିତ
ସୁମନେ ଗାଇବେ ଯଶ ॥୧୦ାା
ଢାଳି ଦେବ ମାତ ଏ ପୁତ୍ର ମସ୍ତକେ
ସ୍ନେହ ସୁଧା ଦିବ୍ୟ ଧାରା,
ମେ ଜୀବନ ପଛେ ନର୍କେ ପଡିଥିବ
ତୁମ୍ଭ ଙ୍କୁ ପୂଜିବ ଧରା ॥୧୧ାା
ଅବଶେଷେ ମାତ କରୁଛି ଶପଥ
କହୁଛି କଥାଏ ସତ,
ଅକିଞ୍ଚନ ପୁତ୍ରେ କଲେ ହତାଦର
ମରଣ ବରିବି ସତ ॥୧୨ାା
ମୋ ନବ ଜନମେ ଦେଇଛ ଯା' ମାତ
ନ ହେବ ବିସ୍ମର ମୋର,
ପୂତ ଶୁଭାଶୀଷ ଲଭିବାର ଆଶେ
ବନ୍ଦୁଛି ଚରଣ ତୋର ॥୧୩ାା
ଗ୍ରା/ପୋ- ରୁଷୁଡା,ବରଗଡ