ନିସ୍ତେଜ ଆଜି ମୋ ଗାଆଁର ଚେହେରା
ଶୁନ୍ ଶାନ୍ ଲାଗେ କାହିଁ
ଜାଣିଶୁଣି ତୁମେ ଗାଆଁକୁ ଭୁଲୁଛ
କୁହ ଭାଇ କାହା ପାଇଁ ? ? ?
ଗାଧୁଆ ତୁଠଟା ଶୁଖିଲା ପଡିଛି
ଫୁଟୁନି ପଦୁଅଁ କଇଁ
କାହିଁ ଦିଶୁନାହିଁ ଭୁଆସୁଣୀ ଲାଜ
କୁହ ଭାଇ କାହା ପାଇଁ ? ? ?
ଭାଗବତ ପିଣ୍ଡା ଫାଙ୍କା ଫାଙ୍କା ଆଜି
ଗାଉଁଲି ପରବ ନାହିଁ
ଭାଇ ବନ୍ଧୁ ଭାବ ମରି ମରି ଯାଏ
କୁହ ଭାଇ କାହା ପାଇଁ ? ? ?
ଗାଆଁରେ ଯାତରା ଗାଆଁ ପରମ୍ପରା
କବାଡ଼ି ଶବଦ ନାହିଁ
ଗାଆଁ ପୁଅ ଆଜି ସହର ଧାଉଁଛି
କୁହ ଭାଇ କାହା ପାଇଁ ? ? ?
ପ୍ରସନଜିତ ସାହୁ
ନାଉଗାଁ ହାଟ, ଜଗତସିଂହପୁର
କୁହ ଭାଇ କାହା ପାଇଁ - ପ୍ରସନଜିତ ସାହୁ
April 23, 2018
0
