କାଳିଆ ରେ ତୋତେ ଶୁଭୁଛି କି ନାହିଁ
ଆଜି କାହିଁ ମନେ ହେଉଛି
ତୋ ପାଖରେ ଟିକେ ବସିବାକୁ
ତୋ ସାଥେ ଦୁଇ ପଦ କଥା ହେବାକୁ
ତୁ ତ ଜାଣୁ ମୁଁ ତୋତେ କେତେ ଭଲପାଏ
ଖାସ ଏଇଠି ପାଇଁ ତ ମୁଁ
ତୋ ଭକତ ଖାତା ରେ ଅଛି କି ନାହିଁ
ଜାଣିନାହିଁ ତଥାପି ତୋତେ ମୁଁ ହୃଦୟ ରେ
ରଖିଛି ତୁ କାହିଁକି ବେଳେ ବେଳେ
ଏମିତି ହେଉଛୁ ଯେ କେତେବେଳେ
ଶ୍ରୀମନ୍ଦିର ଛାଡି ମାଉସୀ ଘର କୁ
ପଳାଉଛୁ ପୁଣି କେବେ ଅଣସର ରେ
ରହି କାହାକୁ ଦର୍ଶନ ଦେଉନାହିଁ।
ତୋତେ ଦେଖିବାକୁ କେତେ ଅବଳା
ଦୁର୍ବଳା,ଦୁଃଖୀ ଅପେକ୍ଷା କରି ରହିଥାନ୍ତି
ତୁ କଣ ଜାଣିପାରୁନାହୁଁ ସେ କଥା
ଦିନ ରେ ତୋ ପାଖେ କେବେ ଯେ
ସମୟ ଅଛି କହିଲୁ ତୋ ପାଖେ
ବସିବାକୁ କେତେ କାମ ନା ତୋର
ସେଠି ପାଇଁ ତ ମାଟି ମା ର ବିଶ୍ରମ
ସମୟ ରେ ବସିବାକୁ ଇଚ୍ଛା କରିଛି
ତୋ ପାଖେ ଆଜି ତୁ ଦେଖିଲୁଣି ନା
ଆକାଶ ରେ ପୁନେଇଁ ଜହ୍ନ ଆଉ
ଝିଲ ମିଲି କରୁଥିବା ତାର ମାନ ଙ୍କୁ
ସମସ୍ତେ ତୋତେ ମୋ ପାଖେ ଦେଖି
ଏମିତି ହେଉଛନ୍ତି କାରଣ ସେମାନ ଙ୍କୁ
ଜଣା ଆମର ସମ୍ପର୍କ ଏହି ଦେଖ ଏହି
ଶିରି ଶିରି ପବନ ଦେହ ରେ କେମିତି
ଲାଗୁଛି ଆଉ କହୁଛି ହଇ ରେ ଭକତ
ପିଲା ତୁ କଣ ଏକା ତାର ଭକତ?
ମୁଁ ତାକୁ କେମିତି ବୁଝାଇବି କହିଲୁ
ତୋର ଆଉ ମୋର ଭିତରେ ଥିବା
ସମ୍ପର୍କ କୁ କହିଲୁ ଥରେ,ପିଲା ଟି ଦିନ
ରୁ ମୁଁ ତୋତେ ଜାଣେ ଡିମିରି ଫଳ
ଆଉ ନଡ଼ିଆ ଗଛ ର ପତ୍ର ରେ କୁନି
ରଥ କରି ମୁଁ ତୋତେ ସେ ରଥ ରେ
ବସାଇଛି କେତେ ମୁଁ ତୋତେ ଗାଁ
ରାସ୍ତା ରେ ବୁଲାଇଛି କିନ୍ତୁ ଏ କଣ
ମୋ ମନ କୁ କେହି ଜଣେ କହୁଛି
ତୁ କୁଆଡେ ଆଉ ଭକ୍ତ ଙ୍କୁ ଉଧାରୁ ନାହୁଁ
ସଂସାର ରେ ପାପ ଭାର ବଢିଛି ବୋଲି
ତୁ ଆଉ ବୋଝ ସମ୍ଭାଳି ପାରୁନାହୁଁ
କିନ୍ତୁ କେବେଳ ତୋତେ ହିଁ ଜଣା
ଏ ଦୁନିଆ ରେ ପାପୀ ଙ୍କ ବିଷୟ ରେ
ଆଉ ମୋ ବିଷୟରେ। ପୁଣି ଏବେ ତୋ
ଧୂପ ର ମହକ ଆସିଲାଣି ବୋଧେ ତୁ
ମୋତେ କିଛି କହିବାକୁ ଚାହୁଁଛୁ
କିଛି ବୁଝାଇବାକୁ ଚାହୁଁଛୁ ହଁ ମୁଁ
ଜାଣିପାରିବିନି ଆଉ ଏହି କଥା ନା
ତୁ ମୋ ପାଖେ ପାଖେ ରହିଛୁ
ମୁଁ ଯେଉଁଠି ଆଉ ଯେପରି ଅବସ୍ଥା ରେ
ରହିଲେ ବି ମୋ ଉପରେ ନଜର ରଖିଛୁ
ତୁ ମୋର ସେହି କଳିଆ ଟି
ସମସ୍ତ ଙ୍କ ପାଇଁ ଯାହା ଦୁଆର ଖୋଲା
ହାତ ନାହିଁ କି ଗୋଡ ନାହିଁ ତଥାପି
ତୋ ଅଧା ଗଢ଼ା ହାତ ରେ କେବଳ
ଦେଇ ଚାଲିଛୁ ତୁ ଏହି ଦୁନିଆ କୁ
ତୋ ଚକା ଆଖିରେ ଏହି ଦୁନିଆ କୁ
ଦେଖୁଛୁ ଶ୍ରୀମନ୍ଦିର ସିଂହାସନ ରେ ବସି
ଏ ବିଶ୍ୱ କୁ ଚଳାଉଛୁ ତୋ କଥା
କାହାକୁ ଅଜଣା ବା କହିଲୁ
ତୋ ଅବଢ଼ା,ତୋ ଟଙ୍କତୋରାଣି,ତୋ ଚନ୍ଦନ
ତୋ ନିର୍ମାଲ୍ୟା, ତୋ ଛଡା ତୁଳସି
ଆଉ କାହା ପାଖେ ଅଛି କହିଲୁ
ତୁ ତ ଓଡ଼ିଆ ଜାତି ର ସ୍ୱାଭିମାନ
ଓଡ଼ିଆ ମାଟି ମା ର ପାଣିପବନ
ଓଡ଼ିଆ ପ୍ରାଣ ର ଜୀବନ ତୋ ପାଖେ
କି ହୀରା କି ମୋତି ଆଉ ମାଣିକ କହିଲୁ
ପ୍ରତି ଟି ଓଡିଆ ଆତ୍ମା ରେ ପରା ତୁ
ଆରେ କାଳିଆ ରେ କହୁ କହୁ
କେତେ କଥା ଯେ କହିଦେଲି
ମୁଁ ଆଉ ଜାଣିପାରିଲି ନାହିଁ ମୁଁ ତ ନିପଟ
ମୂର୍ଖ ଟାଏ ତୋ ଇସାରା ରେ ମୁଁ
ଚାଲିଛି ମୋ କଥା କୁ ଭୁଲ ବୁଝିବୁନି
ରହିଲି .....




ପ୍ରକାଶ ସାହୁ
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ