କୈାଶଲ୍ୟା ମାତାଂକ ଗରଭୁ ଜନମୀ
ରାମଚନ୍ଦ୍ର ନାମ ବହି,
ଚଇତ୍ରର ଶୁକ୍ଳ ନବମୀ ତିଥିରେ
ମଣ୍ତନ କରିଲ ମହୀ ॥

ତ୍ରେତୟା ଯୁଗର ହେଲ ଅଧିପତି
ନର ରୂପୀ ନାରାୟଣ,
ସଂସାର ସନ୍ୟାସୀ ହୋଇ ତୁମେ ପ୍ରଭୂ
ପାଳିଲ ମରତ ଧାମ ॥



ପିତୃସତ୍ୟ ପାଳି ଚଉଦ ବରଷ
ବନଚାରୀ ରୂପ ବହି,
ଅନୂଜ ଲକ୍ଷ୍ମଣ ଧର୍ମପତ୍ନୀ ସହ
ପୁତ୍ରଧର୍ମ ନେଲ ବାହି ॥

ପତ୍ନୀହରା ହୋଇ ବୁଲିଲ ବନରେ
ସାଂଗରେ ଭାଈକୁ ନେଇ,
ବିଭୀଷଣ ସହ ମାରୂତି ନନ୍ଦନ
ଜୟ ଯାତ୍ରା ଥିଲେ ଭେଇ ॥



ମାରୂତି ନନ୍ଦନ ଲଂଘି ପାରାବାର
ଠାବିଲେ ସୀତାଂକୁ ଯାଇ,
ସମୁଦ୍ରରେ ସେତୁ ବନ୍ଧ ବନ୍ଧାଇଲ
ବାନର ସେନାକୁ ନେଇ ॥

ରାବଣର କୃତ ପାପ ଅନଳରେ
ବିନାଶିଲ ତାର ବଂଶ,
ସର୍ଜନା କରିଲ ନୂଆ ଲଂକାପୁରୀ
ବିଭୀଷଣେ ଦେଇ ତ୍ରାଶ ॥



ସୀତାଂକୁ ଉଦ୍ଧାରି ଅଯୋଧ୍ୟା ଫେରିଲ
ଚଉଦ ବରଷ ପରେ,
ପ୍ରଜା ବାକ୍ୟେ ପୁଣି ସୀତାଂକୁ ଛାଡିଲ
ପ୍ରଜାମାନଂକ ଖୁସିରେ ॥

ଶେଷେ ଅଗ୍ନିପରେ ବସାଇ ସୀତାଂକୁ
ସତୀତ୍ୱ ପରୀକ୍ଷା କଲ,
ହାରିଗଲ ପ୍ରଭୂ ସତୀତ୍ୱ ପାଖରେ
କେତେ ଲୀଳା ଭିଆଇଲ ॥



ତ୍ରେତୟାର ଥିଲ ପୁରୁଷ ଉତ୍ତମ
ପ୍ରଜାଧର୍ମେ ଥିଲ ଶ୍ରେଷ୍ଟ,
କଳିଯୁଗେ ଆଜି ପୂଜାପାଉଅଛ
ମନ୍ଦିରରେ ଉପବିଷ୍ଟ ॥




ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ