ଜାଣିଚି ମୁଁ ଖୋଜନ୍ତି,
ଲୋଡନ୍ତିନି କେହି ବଣମଲ୍ଲୀ
ମୁଁ ବଣ ମୂଲକର ରାଣୀ ।
ସରାଗ ଥାଉ ବା ନ ଥାଉ
ମହକୁ ଥାଏ ନିତି ଦିନେ
କାହା ପାଇଁ ନ ହେଲେ ବି
ମୋତେ ଯିଏ ଦେଇଚି ଜନମ
ତା'ପାଇଁ ନିତି ପ୍ରତି ବାଢୁଚି ପ୍ରଣତି
ବଣମଲ୍ଲୀ ମୁଁ ବଣ ମୂଲକର ରାଣୀ ॥
ହୃଷିକେଶ ଜାଲି, ଅଧ୍ୟକ୍ଷ
ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ, ମୁନିଗୁଡା, ରାୟଗଡା, ଓଡିଶା
