ପ୍ରୀତିରଙ୍ଗେ ହେବା ମାଖି - ସନ୍ତୋଷ ପଟ୍ଟନାୟକ

0
ସ୍ମୃତି ରାଇଜରୁ ଫଗୁଣ ଆସିଛି
ରଙ୍ଗର ସମ୍ଭାର ଧରି
ପ୍ରେମ ପରବରେ ସବୁ ମନଧାରେ
ବରଷିବ ସ୍ନେହ ବାରି.....

ମନେରଖି ଆଶା ରଖିବା ଭରଷା
ପ୍ରୀତିରଙ୍ଗ ହେବା ମାଖି
ସରସ ଜୀବନେ ଭିଜାଇବା ମନ
ରାଧାକୃଷ୍ଣ କରି ସାକ୍ଷୀ.....


ହିଂସା ଦ୍ବେଷ ଭୂଲି ଗାଆଁ ଦାଣ୍ଡେ ବୁଲି
ଖେଳିବା ରଙ୍ଗ ଅବିରେ
ହସି ହସାଇବା ସୁଖ ସାଉଁଟିବା
ଫଗୁଣର ପ୍ରୀତିଧାରେ.....



ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ

Post a Comment

0Comments
Post a Comment (0)