ତୁମେ ଆସ ବୋଲି
ଚାହିଁ ରହିଥିଲି ବାଟ,
ତୁମେ ଆସିଲନି
ଶରତ ଆସିଲା
ହୃଦୟେ ଭରି ଉଚ୍ଚାଟ ।
ରକ୍ତିମ ଆଭାରେ
ଦେଖୁଥିଲି ମୁହିଁ
ଶରତର ଆବଭାବ,
ଭିଜିଲା ଉଦାସ
ଭୃଲତା ଫାକଂରେ
ହେଉଥିଲା ସଜବାଜ ।
ସଂଜ ନଇଁପଡି
କଅଁଳ ପରଶେ
ପ୍ରବୋଧିଲା ପାଶେ ବସି,
କାକର କ୍ରନ୍ଦନେ
ଶରତ କମ୍ପନେ
ନାଚିଯାଉଥିଲା ତୁମ ଛବି ।
ମନ ଗୁମରିଲା
ଧୂମିକା ଆସନ୍ତେ
ନ ଦିଶେ ମନର ବାମା,
ହଜେଇ ଦେଇଛି
ହୃଦୟ ଗାଆଁରେ
ତୁମ ଛବି ଜିମାନାମା ।
ପ୍ରଶାନ୍ତ ସାହୁ, ଛତ୍ରଗଡ, ଖୋର୍ଦ୍ଧା
