ମାତା କରୁଣାମୟୀ
ମାତା ଶକ୍ତି ମାତା ଭକ୍ତି
ମାତା ଅମୃତମୟୀ ।
ସେ ହିଁ ସୃୃଷ୍ଟି ଦିବ୍ୟ ଦୃଷ୍ଟି
ସ୍ଥିତି କୀର୍ତ୍ତି କାରିଣୀ
ସେ କୌସ୍ତୁଭ ସେ ବୈଭବ
ହୃଦ ବୈଦୂର୍ଯ୍ୟମଣି ।
ସେ ଓ୍ଁକାର ଛନ୍ଦଃ ସୂର
ସର୍ବତୀର୍ଥ ପାବନୀ
ସେ ସୁଖଦା ସେ ବିଧାତା
ଶତକୁମ୍ଭ ଦାୟିନୀ ।
ମୁଁ ଅଜ୍ଞାନୀ ଦୀନ ହୀନ
ଜାଣେନି ତୁମ୍ଭ ଗାରିମା
ନମେ ମାତା ଗାଏ ଗାଥା
ତୁମ୍ଭର ନାହିଁ ଉପମା ।
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
