ଏଇ ରଙ୍ଗ ସାତ ଜନମକୁ - ଗୋପାଳ ଚନ୍ଦ୍ର ସାଓ

0
ବସନ୍ତେ ଫଗୁଣ
ଫଗୁଣେ ଅବିର
ଆସିଛି ଖୁସି କୁ ନେଇ...
ପ୍ରୀତି ରଙ୍ଗରେ
ବୋଳି ରେବା ରଙ୍ଗ
କୃଷ୍ଣ କୃଷ୍ଣ ନାମ ଗାଇ...
ହାତରେ ଧରିଛି
ରଙ୍ଗ ଅବିର
ମନରେ ମିଠା ଆଶା...
ବରଷ କୁ ଥରେ
ହୋଲି ଆସିଛିରେ
ନେଇ ସାତ ରଙ୍ଗ ମିଶା...
ତୁମ ଗୋରା ଦେହ
ପ୍ରୀତି ରଙ୍ଗେ ମୋର
ଏମିତି ଯିବ ସହଜେ କଷି....
ସାତ ଜନମକୁ
ଲିଭିବନି ଦାଗ
ଜୀବନ ତୁଠରେ ଘଷିଲେ ବସି...



ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

Post a Comment

0Comments
Post a Comment (0)