ପ୍ରେମ ଫଗୁଣରେ ଉନ୍ମାଦିତ ହୋଇ
ପ୍ରେମ ରଙ୍ଗ ବୋଳିହେବା,
ସାରା ଜୀବନକୁ ରଙ୍ଗମୟ କରି
ନାନା ରଙ୍ଗେ ବୁଡିଯିବା।
ଆ ଲୋ ମିତଣୀ ଭୁଲି ରାଗରୋଷ
ପ୍ରେମରଙ୍ଗେ ହେବା ମାତାଲ୍,
କିଛି ସମୟ ତ ପାଗଳାମୀ କରି
ରଙ୍ଗୀନ କରିଦେବା ମାହୋଲ।
ଉଚ୍ଚ ନୀଚ ଜାତି ପ୍ରଥା ଭୁଲି ଯାଇ
କରିବା ହୋଲିର ସ୍ଵାଗତ,
ଦୋଳବିମାନରେ ଦୋଳଗୋବିନ୍ଦଙ୍କୁ
କରିବା ଲୋ ପ୍ରଣିପାତ।
ସାରା ସହରଟା ରଙ୍ଗମୟ ଆଜି
ମାଖି ଦେହରେ ଅବିର,
ତୋଦେହେ ମାଖିବି ମୁଁ ରଙ୍ଗ ଅବିର
ତୁ ମାଖିବୁ ମୋତେ ଅବିର।



ପ୍ରଣତି ମହାପାତ୍ର, ବାଲେଶ୍ଵର