ହେ ଜଗନ୍ନାଥ - ପ୍ରଣତୀ ମହାପାତ୍ର

0
ମୁଁ ଖାଣ୍ଟି ଓଡ଼ିଆ, ମୋ ପ୍ରଭୁ କାଳିଆ
ସେ ନୀଳାଚଳିଆ, ସେ ଭକ୍ତ ବାଇଆ
ବାହାନାତ ତାର ଭାରୀ ବଢିଆ,
ଜଗତଜନଙ୍କ ମୁଖେ ଖୁସି ପାଇଁ,
ଷାଠିଏ ପଉଟି ତା ଆଗେ ଥୁଆ

ବାସନାରେ ତୃପ୍ତ ମୋ ନବଘନିଆ
ମହଣ ମହଣ ଅଭଢା ଥୁଆ,
ସବୁଥିରେ ତା'ର ବଡପଣିଆ,
ଥରେ ବସିଗଲେ ବାଇଶି ପାହାଛେ
ସାତ ଜନମର ପାତକଯାଏ,


ରତ୍ନସିଂହାସନେ ବସିଥାଏ ସିନା
ବଡଦାଣ୍ଡେ ତା'ର ନଜର ଥାଏ,
କିଏ ନ ଖାଇଲା,ରାଗ ଋଷା କଲା
ଚକାଆଖିରେ ସବୁ ଦେଖୁଥାଏ,

ଜୀବନ ଦୀପ ମୋ ଜଳିଯାଉ ପ୍ରଭୁ
ହୃଦେ ଚିନ୍ତୁଥାଏ ତୋହରି ନାମ,
ସଳିତା ହୋଇ ମୁଁ ଜଳିଜଳି ଶେଷେ
ତୋ ପାଦରେ ଦିନେ ଲୀନ ମୁଁ ହୁଏ।
ପ୍ରଣତି ମହାପାତ୍ର






ପ୍ରଣତୀ ମହାପାତ୍ର, ଫକୀରମୋହନ ନଗର, ଆଇ.ଟି.ଆଇ ଛକ, ବାଲେଶ୍ୱର

Post a Comment

0Comments
Post a Comment (0)