ମହନଦୀ ବିହାର ମହାବିଦ୍ୟାଳୟ, କଟକ
ଦୁରଭାଷ : ୯୦୭୮୫୭୯୬୧୨
ସେଦିନ ହସିଲାନି ଜହ୍ନ
ଆକାଶରେ ପୂର୍ଣ ନୀରବତା
ଚିତ୍ରୋତ୍ପଳା ସ୍ପଂଦନହୀନ
ପାଟରେ ବି ଫୁଟିଲାନି କଇଁ
ବଉଳର ବାସ ନାହିଁ
ମାଟି କାନ୍ଦେ ସକେଇ ସକେଇ
ଗାଆଁରେ ମୋ ବିଷାଦର ଛାୟା
ଗାଆଁମୋର ହୋଇବ ସହର
ଖୋଲିବ ରେସ୍ତୋରାଁ ମଲ
ରାସ୍ତା ହେବ ଓସାରିଆ
ବଢିବ ବଜାର
ମାତିବେ ଟୋକାଏ
ଥୋକାଏ ପିଇବେ ମାଲ
ପାର୍ଟି ଦଏ ଢ଼ୋକାଏ ଢ଼ୋକାଏ ॥୧॥
ଭାଙ୍ଗିଯିବ ଗରୀବର ବାସ
ସୁକୁଟା ହରିଆ ନରି
ଗାଆଁ ଧାଈ ଅହଲ୍ୟା ଦାସ
ଓସାରିଆ ସଡକ ପଡ଼ିବ
ସରକାର ଦେବେ ଧନ
ଉଣା ଜମା କରନାହିଁ ମନ
ମାଟିଛାଡି କରିବୁ ତୁ କୋଠାଘର
ଧନ୍ୟଵାଦ ଦେ ଲୋ ଧଡ଼ି
ସରକାର କଲେ ଉପକାର
ଵାକ୍ୟବାଣ ଛାଡିଦେଇ
ଵେକାରିଆ ଅଧା ନେତା ଦଳ
ଭଙ୍ଗାରୁଜା କରାଇଵେ
ଆଉଦୁଃଖ. ଶୁଣିଵାକୁ
ପଛରେ କି ହେବ ତାଙ୍କୁ ବେଳ ॥୨॥
ଅନୁସରଣରେ ନିତି
ହେବେ ଅଧାପ୍ରାଣ
ମିଳିବନି ଅଧୁଲିଟେ
ଗରୀବଙ୍କୁ କିଏ ଅଛି ସାହା
ସରକାର ନେବେ ଵାହାବାହା
ଗ୍ରାମୀଣ ମାଟିରେ ବୋଳି
ସହରିଆ ରଙ୍ଗ
କେତେ ହେଵେ ମାଲାମାଲ
ଅଫିସର ଠାରୁ ଠିକାଦାର
ତା ପେଟରୁ ମରିବନି ଭୋକ
ଚାଳିଆ ତା ମାଛି ଭଣଭଣ
ଏଇ ଆମ ସହରୀ କରଣ
ଗରୀବ ମାରଣ
ଧନୀ ଉଦ୍ଧ।ରଣ
କିଏ ସେ ବୁଝୁଛି କହ
ତୋର ଯାହା ଏଡେ ମୁଁହ
ସିଏ ତେଣେ କାନ୍ଦି କାନ୍ଦି ଓଦା
ଗୁମ ସୁମ ଚିତ୍ରୋତ୍ପଳା
ବୁଝୁଛ ଯା ଗରୀବର ବାଧା ॥୩॥
