ଆସ ଗଛଟିଏ ଲଗାଇବା - ପବିତ୍ର କୁମାର ନାୟକ

0
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ

ଦିନୁ ଦିନ ଦେଖ ବଢିଲାଣି ତାତି
ତପତ ହେଲାଣି ମାଟି
ବର୍ଷା ଦିନେ ଆଉ ବରଷୁନି ବର୍ଷା
ନିଦାଘ ଯେସନେ ଭାଟି ।।

ଶରତ ଲୁଚିଛି ବସନ୍ତ ହଜିଛି
ହେମନ୍ତର ନାହିଁ ଦେଖା
ଆଉ କିଛି ଦିନେ ଶୀତ ବିଦା ନେବ
ଜାଣି ରଖ ତୁମେ ସଖା ।।


ସବୁଜ ସୁନ୍ଦର ନିରବତା ସ୍ଵର
ଧରାରୁ ନେଲା ମେଲାଣି
ବିହଙ୍ଗର ତାନ ଗୁଞ୍ଜିତ ପାଦପ
ବାଜୁନି ତାଙ୍କ ରାଗିଣୀ ।।

ଯାହା ଥିଲା ଦିନେ ପୂର୍ଣ୍ଣଗର୍ଭା ନଦୀ
ଆଜି ସୁପ୍ତ ମରୁଭୂଇଁ
ଯିଏ ଥିଲା ଦିନେ ଚଞ୍ଚଳା ଝରଣା
କେହି ଏବେ ଦେଖିନାହିଁ ।।


ଦୂଷିତ ହେଲାଣି ମହିମଣ୍ଡଳ ଯେ
ସବୁଠି ବିଷାକ୍ତ ଖେଳ
ଅନାବୃଷ୍ଟି ସଙ୍ଗେ ଅଦିନେ ବତାସ
ଭାଙ୍ଗି ଦେଉଅଛି ବଳ ।।

ଆସହେ ସଭିଏଁ ଭାଈ ଓ ଭଉଣୀ
ଲଗାଇବା ଗଛଟିଏ
ଗଛଟିଏ ଜାଣ ଜୀବନ ଗୋଟିଏ
ସମୟ ଆହ୍ୱାନ ଦିଏ ।।

Post a Comment

0Comments
Post a Comment (0)