ବ୍ୟଙ୍ଗ କବିତା - ଭାଲେନଣ୍ଟାଇନ ସ୍ଵାହା - ସୁଶାନ୍ତ କୁମାର ଜେନା

0
ସୁଶାନ୍ତ କୁମାର ଜେନା
ଆରଡା, କଟକ, ଓଡିଶା

ରୋଜ ରୋଜ ରୋଜ (Rose) ଦେଲି
ଡେ ବାଇ ଡେ ଡିଉଟି କଲି,
ପ୍ରେମ ଖେଳରେ ସେ ଗୋଲ୍ଡ ମେଡାଲ ବାଲା
ପ୍ରପୋଜ ଟାକୁ ମୋର କ୍ୟାଚ୍ କଲା,
ଚକିଲଟ ଖାଇ କଣ୍ଢେଇ ନେଲା
କୁଣ୍ଢେଇ ଧରି ପ୍ରୋମିସ୍ କଲା,
କିସ ଡେ ରେ ଚକମା ଦେଲା
ଚଉଦ ରେ ଦେଖାହେବ ଫୋନ୍ କଲା,
ସକାଳୁ ଉଠି ସଜେଇ ହେଲି
ଅତର ମାରି ପାର୍କ ଗଲି,
ଯାହା ଦେଖିଲି...
କାନମୁଣ୍ଡା ଆଉଁସି ଘରକୁ ଫେରଲି ।

Post a Comment

0Comments
Post a Comment (0)