ଅଧ୍ୟାପିକା ସସ୍ମିତା ମିଶ୍ର
ମହନଦୀ ବିହାର ମହାବିଦ୍ୟାଳୟ, କଟକ
ଦୁରଭାଷ : ୯୦୭୮୫୭୯୬୧୨
ଭା = ଭାଳେଣି ପଡିଛି ସରଗରେ
ମରତ ପାଳୁଛି ପ୍ରେମଦିବସ
ପ୍ରେମ କି ସୀମିତ ଦିବସରେ ॥୧॥
ଲେ = ଲେସ ମାତ୍ର ଲଜ୍ଜା ନାହିଁ ବୋଲି
ପ୍ରେମ ସମ ଏକ ଶାସ୍ଵତ ଚିଜ
ନିଲାମ ହେଉଛି ରାସ୍ତାରେ ॥୨॥
ନ = ନଶ୍ଵର ଏହି ଶରୀର ସିନା ଗୋ
ପ୍ରତିକ୍ଷଣେ ତାକୁ ଅନୁଭବୁ ଥିବ
କେବେ ତ କାହାର ସ୍ପର୍ଶରେ ॥୩॥
ଟା = ଟାହି ଟାପରାର ଉର୍ଧ୍ଵରେ ରହି
ଶୃଙ୍ଗାରେ ତୁମ ପ୍ରିୟା ବନ୍ଧା ଥାଉ
ହୃଦୟ ନିଭୃତ କନ୍ଦରେ ॥୪॥
ଇ = ଇଙ୍ଗିତ ଇଶାରା ଭାବ ଦିଆନିଆ
ଆଢୁଆଳେ ଥାଇ ଝଟକୁ ଥାଉ
ସେ କାଞ୍ଚନ ସମ ଅନ୍ତରେ ॥୫॥
ନ = ନ କରହେ ତାକୁ ଶୁନ୍ୟ ବସନା
ବିଭତ୍ସ ତା ରୂପ ଦେହର ବାସନା
ନ ପଡୁ ତା ନାମେ ପ୍ରମାଦରେ ॥୬॥
ଡେ = ଡେଇଁବାକୁ ଚାହଁ ସେ ଅନଳ ବକ୍ଷେ
ଦିବସ ପାଳି କି ଉତ୍ତିର୍ଣ୍ଣିବ ଲକ୍ଷେ
ତ୍ୟାଗ ଦୟା କ୍ଷମା ଭରିଦିଅ ଏଇ ବୁକୁପରେ ॥୭॥
ଭାଲେଣ୍ଟାଇନଡେ - ଅଧ୍ୟାପିକା ସସ୍ମିତା ମିଶ୍ର
February 15, 2018
0
