ପଙ୍ଗୁ ବିଶ୍ଵକର୍ମା - ବରଦା ପ୍ରସାଦ ରଥ

0
ବରଦା ପ୍ରସାଦ ରଥ
ରାୟଗଡା, ଓଡିଶା

ବିଶ୍ଵାସର ପଟ୍ଟଚିତ୍ରରେ
ଛାପି ହୋଇଯାଉଛି ଅବିଶ୍ଵାସର ଚିତ୍ର
କେତେକ ନୂଆ ମୁହଁ
ପଙ୍ଗୁ ବିଶ୍ଵକର୍ମା ମାନେ
ହଠାତ୍ ଦେଖେଇଦେଇ
ଲୁଚିଯାଆନ୍ତି ସେମାନଙ୍କର କାରୁକାର୍ଯ୍ୟ
ସର୍ବଦା ସ୍ମୃତିର କୋଣାର୍କ ଗଢିବାକୁ ଚାହୁଁଥିବା
ମଣିଷ ଦେହରେ ଲାଗିଯାଏ କଳାଦାଗ
ସବୁ ମାନ, ଅପମାନ, ଅଭିମାନ
ଧାଡି ହୋଇ ଠିଆ
ହୋଇଯାଆନ୍ତି
ଆଖି ସାମନାରେ
ଲୁହର ଢେଉରେ ଭାଙ୍ଗିଯାଏ
ବିଶ୍ଵାସର ସେତୁବନ୍ଧ
କ୍ଷତାକ୍ତ ମଣିଷଟିଏ ହୋଇଯାଏ ନିର୍ବିକାର,
ଧନ୍ୟ ତୁମେ ପଙ୍ଗୁ ବିଶ୍ଵକର୍ମା,
ଧନ୍ୟ ତୁମର ସୃଷ୍ଟି

Post a Comment

0Comments
Post a Comment (0)