ସନ୍ତୋଷ କୁମାର ସାହୁ
ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ
ବୈପାରିଗୁଡା, ବାଲିଗାଁ, କୋରାପୁଟ
ଘିର୍ ଘିର୍ ହୋଇ ଗଡୁଥିବା ସମୟ ଚକ
ଜଣାପଡେନା,,
କାନ୍ଥଘଣ୍ଟା ର ମିନିଟ୍ କଣ୍ଟା ତାଳେ,
ଜଣାପଡେ ଡିସେମ୍ବର ଶେଷରେ
ଯେବେ କାନ୍ଥ ଟଙ୍ଗା କ୍ୟାଲେଣ୍ଡର ବଦଳେ ।।
ହାତରେଥିବା କାମିଅକାମି ମୂହୁର୍ତ୍ତ ସବୁର
ହିସାବ ନଥାଏ,,
ବେପରବାୟ ବଣିକ ପରାଏ ।
କରେ ଲାଭକ୍ଷତି ର ମାନସାଙ୍କ,
ଅଣ୍ଟିଧନ ସରିଗଲେ ବଣିଜ ଶେଷରେ ।।
ଏ ଶରୀର ବି ଥକିପଡେ ବୋହି ବୟସ ର ଭାର
ଚାଲିପାରେନା,,,
କ୍ଳାନ୍ତହୋଇ ଥକାମାରି ବସିଯାଏ ।
କେଉଁ ଏକ ଶବଦଶୁନ୍ୟ ପଥେ,
ସମୟଠୁଁ ରହିଯାଏ ଅନେକ ପଛରେ ।।
