ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
ତୁ ଚାଲିଯିବୁ ତୋ ଶାଶୁ ଘର
ଏବେ ଠାରୁ ତୁ ଆଉ କାହାର,
ହୋଇଯିବୁ । ଆଉ କିଛି ଦିନ ବାସ,
ତା ପରେ, ତୁ ଫୁଲରେ ସୁସଜ୍ଜିତ,
ସଵାରୀ ରେ ବସି ଚାଲିଯିବୁ,
ଚାଲିଯିବୁ ସେହି ଗାଁ ରାସ୍ତାରେ,
କେତେ ଖେଳିଥିଲେ, କେତେ
ଅଭିମାନ, ରାଗରୁଷା କରିଥିଲୁ ସାକ୍ଷୀ ଅଛି,
ଆଜି ସେହି ରାସ୍ତା କେବେ ପୁଣି,
କାଗଜ ଡଙ୍ଗା କରି ରାସ୍ତାରେ,
ଜମିଥିବା ସ୍ୱଳ୍ପ ପାଣିରେ ଭସାଇଥିଲେ ।
ସାନ୍ଧ୍ୟ ଆଳତିର ସମୟରେ
ମୋ ପାଇଁ ଏକ ପୂର୍ବ ନିର୍ଦ୍ଧାରିତ ସୂଚୀ ଥିଲା,
ମୋତେ ଟାଣି ନେଇ ଗାଁ ମୁଣ୍ଡ,
ମନ୍ଦିରକୁ ଯାଉଥିଲୁ ମୋ ଅନିଚ୍ଛା ସତ୍ତ୍ୱେ ।
ସେ କୌଣସି ବି ଜିନିଷ ହେଉନା
କାହିଁକି ସର୍ବପ୍ରଥମେ ତୁ ପରଖିଥିଲୁ
ଯଦି ତୋର ନାପସନ୍ଦ ହୁଏ ତେବେ
ମୋ ଅଧିନ ରେ ଆସେ ।
ସାଙ୍ଗ ହୋଇ ସ୍କୁଲ ଯିବା,
ମୋ ହାତର ସାହାରା ନେଇ ମୋ
ହାତର ଆଙ୍ଗୁଳିରେ ଆଙ୍ଗୁଳି ସନ୍ଧି,
ମୋ ସୁରକ୍ଷାର ବଳୟ ଭିତରେ,
ପୁଣି କେବେ ଅଭିମାନ କରି
ଏକା ଏକା ଯାଉଥିଲୁ ।
ପୁଣି କେବେ କାନ୍ଦି କାନ୍ଦି
ମୋ ପାଖେ ଧାଇଁ ଆସୁଥିଲୁ ।
ଯେପରି ମୁଁ ତୋ ପାଇଁ ନ୍ୟାୟାଧୀଶ
ତୋତେ ନ୍ୟାୟ ଦରକାର
ଦୋଷୀକୁ ଦଣ୍ଡ ଦରକାର
ତୋ ଇଚ୍ଛାନୁଯାୟୀ ତାହାହିଁ ହୁଏ ।
ସାଙ୍ଗ ହୋଇ ଖାଇବା,
ଗ୍ରୀଷ୍ମ ଛୁଟିରେ ମାମୁଁ ଘରକୁ ଯିବା ମାମୁଁଙ୍କ,
ସହିତ ପାଖ ମେଳାକୁ ବୁଲିଯିବା,
ମାମୁଁ ଘର ଗାଁ ର ସେହି
ଅସୀମ ଧାନର କ୍ଷେତ,
ଆମ୍ବ ଗଛର ମଧ୍ୟରେ
ରଜ ର ଦୋଳି ଖେଳିବା ।
ସମୟର ଚକ୍ର ତୋର ଉଚ୍ଚ ଶିକ୍ଷା,
ଆଉ ମୋର କର୍ମକ୍ଷେତ୍ର ଅଲଗା,
କରିଦେଇଥିଲା ଆମ ଦୁହିଁଙ୍କୁ,
କିନ୍ତୁ ଏବେଠୁ ସବୁଦିନ ପାଇଁ
ଆମେ ଅଲଗା ହୋଇଯିବା ।
ମୁଁ ପାଲଟିଯିବି ତୋ'ପାଇଁ ପର,
ତୁ ଚାଲିଯିବୁ ଆଜି ତୋ ଶାଶୁଘର,
ମୁଁ ହୁଏତ କେବେ ଯିବି ତୋ ଘରକୁ
କିନ୍ତୁ ଜଣେ ଅତିଥି ଭାବରେ,
ମୋ ଅବସାଦ ପୂର୍ଣ୍ଣ,
ମୁଖରେ କେବେ ତୁ ହସକୁ,
ଫେରାଇ ଆଣୁଥିଲୁ, ପୁଣି କେବେ,
ବେସାହାରା ଭାବେ ରୋଗୀ ଶଯ୍ୟାରେ,
ନିକମ୍ମା ଭଳି ପଡିଥିବାବେଳେ
ତୁ ମୋର ସାହାରା ସାଜିଥିଲୁ ।
ତୁ ଚାଲିଯିବୁ ଆଜି
ମୋ ମୁହଁର ହସଫୁଲ
ଚିରକାଳ ପାଇଁ ମଉଳି ଯିବ,
ରକ୍ଷାବନ୍ଧନର ପର୍ବ ମୋ ପାଇଁ ,
ମୂଲ୍ୟହୀନ ହୋଇଯିବ ।
ତୋ ବିନା ମୋତେ ଆମ ଗାଁ,
ପୁରା ମରୁଭୂମି ଲାଗିବ,
ମୁଁ ଯେଉଁ ଆଡେ ଯିବି ଖାଲି
ମୋତେ ତୋର ସେ ହସ ହସ ମୁଁହ
ମୋ ସ୍ମୃତି ଭିତରେ ଜାଗି ଉଠିବ ।
ମୋର ଆଖିରେ ଲୁହ ବହିଯିବ,
ଯେବେ ତୋର ସେ ଭାଇ ଡାକ,
ମୋ କର୍ଣ୍ଣରେ ସବୁବେଳେ ପ୍ରତିଧ୍ୱନୀ
ସୃଷ୍ଟି କରି କହୁଥିବ
ମନଦୁଃଖ କାହିଁକି କରୁଛୁ ?
"ଭାଇ" ମୋତେ ତ ଦିନେ ନା ଦିନେ,
ଯିବାର ଥିଲା ବଧୂବେଶରେ,
ଗୋଟେ ଝିଅର ଜନ୍ମ ପରଘରକୁ,
ମୁଁ ତୋ ପାଖେ ପାଖେ ଅଛି ।
ରାକ୍ଷୀ ପୂର୍ଣ୍ଣିମାରେ ମୁଁ ପୂର୍ବ ପରି
ରାକ୍ଷୀ ବାନ୍ଧି ଦେଇ ତୋ ମୁହଁରେ
ହସର ଫୁଲକୁ ପୁଣି ଜାଗ୍ରତ କରିବି,
ପୁଣି କେବେ ସାଙ୍ଗ ହୋଇ ମାମୁଁଘରକୁ ଯିବି,
ମୁଁ ତୋର ଗେଲ୍ହୀ ଭଉଣୀ ଥିଲି
ଅଛି ଆଉ ରହିବି ମଧ୍ୟ ।
