
ଚଣ୍ଡିଆପଲା, ଖୋରଧା
ଦୂରଭାଷ : ୯୯୩୮୮୩୪୨୪୦
ଆଲୋ ସୁକୁମାରୀ ସପନ ସୁନ୍ଦରୀ
ସରଗ ରାଇଜ ପରୀ
ଗୋରା ଦେହେ ପିନ୍ଧି ନାଲି ପାଟ ଶାଢୀ
ଚମକୁ ଅଛୁ ଲୋ ଗୋରୀ ॥
ପାଦରେ ପାଉଁଜି ଅଳତାର ଗାର
ମଥାରେ ନାଲି ଟିକିଲି
ଆଖିରେ କଜଳ ଗଭାରେ ଗଜରା
ରୂପ ତୋର ଝିଲିମିଲି ॥
ନାକେ ନାକଚଣା କାନରେ କୁଣ୍ଡଳ
ଗଳାରେ ସୁବର୍ଣ୍ଣ ହାର
ହାତେ ତୋ କଙ୍କଣ ଅଙ୍ଗୁଳିରେ ମୁଦି
କି ଶୋଭା ବର୍ଣ୍ଣିବି ତୋର ॥
ଲୋ ଗଜଗାମିନୀ ତୁ ରାଜହଂସିନୀ
ମୁଖ ତୋର ଚାନ୍ଦ ପରି
ରମ୍ଭା, ଉର୍ବଶୀ ଅବା ସେ ମେନକା
କିଏ ହବ ତୋର ସରି ॥
ଗୋଲାପୀ ଓଠ ତୋ ମୃଦୁ ମୃଦୁ ହସ
ଲକ୍ଷେ ହୃଦୟର ରାଣୀ
ତୁ ମୃଗ ନୟନୀ ତୋ ବାଙ୍କ ଚାହାଁଣୀ
ମନକୁ ନଉଛି ଟାଣି ॥
ହୃଦୟେ ଖେଳୁଛି ଶିହରଣ ମୋର
ଦେଖିଲା ପରଠୁ ତୋତେ
ଥରୁଟିଏ ଚାହିଁ କହିଦିଏ ଥରେ
ଭଲପାଉ ବୋଲି ମୋତେ ॥

0 Comments
You can write now your valuable comments here. Off-topic comments may be removed or deleted without prior notice.