ଡିସେମ୍ବର, ଜାନୁଆରୀ, ଶୀତ, ତମେ ଆଉ ମୁଁ - ସମିର କୁମାର ବେଉରା

0
ସମିର କୁମାର ବେଉରା
କୁସୁପଙ୍ଗି, ବାଙ୍କୀ, କଟକ
ଦୂରଭାଷ : ୯୪୪୪୭୯୭୪୧୭

ତମ ଘର ବାସୁଥିବ ଜାନୁଆରୀ ଜାନୁଆରୀ
ନୂଆବର୍ଷ ପ୍ରତିକ୍ଷ।ରେ,
ହେଲେ ମୋ ଘର ବସେ ଏଠି
କେମିତିକା ଗୋଟେ ଅବାସ୍ନାରେ, ତୁମ ବିରହରେ ॥୧॥
ତମେ ଦେଖୁଥିବା ସ୍ଵପ୍ନ ମଥାରଖି
ଏଇ ଡ଼ିସେମ୍ବର ଛାତିରେ,
ହେଲେ ମୋ ଜୀବନର ଖୋଲାଦେହ
ଥରିଯାଏ ମାର୍ଗଶୀର ଶୀତରେ ॥୨॥
ସେଠି କୋହଲା ପବନ ନିଶ୍ଚେ
ଚୁମୁଥିବ ତୁମ ଚର୍ବିଳ ଗାଲକୁ,
ଏଠି କିନ୍ତୁ ସ୍ମୃତିର ବରଫଝଡ
ଯନ୍ତ୍ରଣାରେ ପୋତିଦିଏ ମୋର ଭଙ୍ଗା ହୃଦୟକୁ ॥୩॥

Post a Comment

0Comments
Post a Comment (0)