
କୁଣ୍ଡିଲୋ, କେରଙ୍ଗ, ଖୋରଧା
ଦୂରଭାଷ : ୮୦୧୮୬୪୬୭୦୪
ଅତୀତଟା ଆଜି ସ୍ମୃତି ପାଲଟିଲା
ହଜିଗଲା ସବୁ ଚିହ୍ନ
ସପନ ଗୁଡାକ ସପନେ ରହିଲା
ସୁଖ ହେଲା ଅବସାନ ॥
ହଳଦୀ ଲଗେଇ ମେହେନ୍ଦୀ ସଜେଇ
ବଉଳ ପାଟକୁ ପିନ୍ଧି
ପ୍ରିୟତମା ଆଜି ଶାଶୁଘର ଯିବ
ନୂଆ ହାତେ ହାତ ଛନ୍ଦି ॥
ଗଜରାରେ ବେଣୀ ସଜାଇଛି ତା'ର
ନାଇଛି ଶଙ୍ଖା ସିନ୍ଦୁର
ହୃଦୟଟା ଜଳେ ଏ ମନ କୁହୁଳେ
ସବୁ ସ୍ଵପ୍ନ ଛାରଖାର ॥
ମୋ ଜୀବନ ନର୍କ ହେଲାଣିତ ହେଉ
ଦୁଃଖ ମୋ ଅତି ନିଜର
ସୁହାଗ ସିନ୍ଦୁର ସିନ୍ଥିରେ ତା ନାଇ
ପ୍ରିୟା ଯିବ ଶାଶୁଘର ॥
0 Comments
You can write now your valuable comments here. Off-topic comments may be removed or deleted without prior notice.