ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋରଧା
ଦୂରଭାଷ : ୭୮୯୪୬୬୮୩୫୬
କାଲି ଯେବେ ମୁଁ ମରିଯିବି
ତୁମେ ମୋ ପାଇଁ ଲୁହ ଗଡାଇବ...
କିନ୍ତୁ ମୁଁ ଜାଣି ପାରିବି ନାହିଁ,
କାଲି ପରିବର୍ତ୍ତେ ଆଜି
ମୋ ପାଇଁ ଲୁହ ଗଡାଅ......॥୧॥
ତୁମେ ମୋ ଶ୍ରାଦ୍ଧରେ
ଅନେକ ବ୍ୟଞ୍ଜନ ପୂଜା କରିବ
ମୋତେ ଦେବ
କିନ୍ତୁ......... ମୁଁ
ଦେଖି ପାରିବି ନାହିଁ କି
ଖାଇପାରିବି ନାହିଁ.....
କାଲି ପରିବର୍ତ୍ତେ
ମୋତେ ଆଜି ନାନା ବ୍ୟଞ୍ଜନ କରି
ଖାଇବା ପାଇଁ ଦିଅ.......॥୨॥
କାଲି ତୁମୋ ମୋର
ପ୍ରଶଂସା କରିବ
ମୋର ଭଲ ଗୁଣ ବଖାଣିବ
ଯାହା ମୁଁ ଶୁଣିପାରିବି ନାହିଁ
ତେବେ ଆଜି ମୋର ଗୁଣ ଗାଇ
ପ୍ରଶଂସା କରୁନାହଁ କାହିଁକି... ?? ॥୩॥
କାଲି ତୁମେ ମୋ
ଭୁଲ୍ କୁ ଭୁଲିଯିବ
କିନ୍ତୁ ମୁଁ ଜାଣି ପାରିବି ନାହିଁ,
କାଲି ପରିବର୍ତ୍ତେ ଆଜି
ମୋ ଭୁଲ୍ କୁ ଭୁଲିଯାଅ
ତା'ପାଇଁ ମୋତେ କ୍ଷମା କର....॥୪॥
ମୁଁ ଗଲାପରେ......
କାଲି ମୋତେ ତୁମେ
ବହୁତ ମନେ ପକାଇବ
କିନ୍ତୁ......
ମୁଁ ଅନୁଭବ କରି ପାରିବି ନାହିଁ
କାଲି ବଦଳରେ ଆଜି
ମୋତେ ମନେ ପକାଅ
ଟିକେ ହୃଦୟରୁ ଭଲପାଅ....॥୫॥
କାଲି ତୁମେ କାମନା କରିବ କି ??
ମୁଁ ଆଉ କିଛି ସମୟ
ତୁମ ସହିତ କଟାଇ ପାରନ୍ତି କି ??
କିନ୍ତୁ.....
କାଲି ପରିବର୍ତ୍ତେ ଆଜି
ମୋ ସହିତ
ଯଥା ସମ୍ଭବ ସମୟ ବିତାଅ...॥୬॥
ସମୟର ଗତିରେ
ଅଫେରା ଜୀବନ ରାସ୍ତାରେ
କାଳ ଅନ୍ଧାରକୁ ଛୁଇଁ ଯିବା ପାଇଁ
ସବୁକିଛି ଦୁଃଖକୁ ସାଥିରେ ନେଇ
ମୁଁ.... ପ୍ରତୀକ୍ଷାର
ଏକ ସୁନେଲି ଖରା......॥୭॥
