ସିମାଞ୍ଚଳ ରଣା
କୁର୍ତ୍ତମଗଡ଼, ତୁମୁଡିବନ୍ଧ, କନ୍ଧମାଳ
ତୁମ ପରେ ପରେ ଅନେକ ଏଠି
ବୋଲାନ୍ତି ଅଂହିସା ପୂଜାରୀ
ପିନ୍ଧା ବସନ ସିନା ଧୋବ ଫରଫର
କିଛି ତଣ୍ଟିକଟା ଅଣ୍ଟିଛୁରୀ ॥
ତୁମରି ସ୍ମୃତି କୁ ବାହୁନି ବାହୁନି
କରନ୍ତି କୁମ୍ଭୀର କାନ୍ଦଣା
ସୁଦୃଢ ଭାରତ ଗଢିବା ବେଳକୁ
ଅନେକଙ୍କ ବୁଦ୍ଧିବଣା ॥
ଅଂହିସା ପଥଟି ଭଲ ଲାଗେ ନାହିଁ
ତେଣୁ ଛୁରୀ କଟୁରୀରେ ଦିନ
ହିଂସାକାଣ୍ଡ ଆଉ ରକ୍ତ ଭୋଜିରେ
ସବୁ କରୁଛନ୍ତି ନୃତ୍ୟ ଗାନ ॥
ଫେରି ଆସ ବାପୁ ପୁଣି ଆଉ ଥରେ
କେଉଁ ଗୋଟେ ମାତୃକୋଳେ
ପୁଣି ଆବଶ୍ୟକ ହେଉଛି ତୁମକୁ
ପବିତ୍ର ଭାରତ ବର୍ଷେ ॥
