ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଆନୁକୁଲ୍ୟରେ ବାଲିଗାଁ ଭକ୍ତ ଶିରୋମଣୀ ଦାସିଆ ବାଉରୀ ପୀଠରେ ପ୍ରତିବର୍ଷ ଭଳି ଏହି ବର୍ଷ ଆସନ୍ତା ଅକ୍ଟୋବର ୧୫ ତାରିଖ ରବିବାର ଦିନ ସକାଳ ୧୦ ଘଟିକା ସମୟରେ ତୁଳସୀ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀଯୁକ୍ତ ମନୋରଞ୍ଜନ ଶରଣଙ୍କ ସଭାପତିତ୍ଵରେ ଏହି ସଭା କାର୍ଯ୍ୟ ଆରମ୍ଭ ହେବ ଏବଂ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ମିଶ୍ର ସଭା କାର୍ଯ୍ୟରେ ପୌରହିତ୍ୟ କରିବେ । ଶ୍ରୀଜଗନ୍ନାଥଙ୍କର ପ୍ରିୟ ସେବକ ଶ୍ରୀଯୁକ୍ତ ନବ କୁମାର ପତିମହାପାତ୍ର ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ ଘଟିକା ସମୟରେ ହୋମ ଯଜ୍ଞ ସହ ତୁଳସୀ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । (ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ତରଫରୁ ପ୍ରାପ୍ତ ସୂଚନା)
[gallery type="square" link="none" columns="2" ids="237,236,241,239"]
