ଉଦ୍ଧାରିବେ ମହାମାୟୀ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ନଭରେ ବାଦଲ ଶୁଭ୍ର ଖଣ୍ଡ ଖଣ୍ଡ
ସରସୀରେ ନୀଳକଇଁ,
କାଶତଣ୍ଡୀ ଖେଳେ ଶୀତଳ ସମୀରେ
ସ୍ୱାଗତ ଗୁଞ୍ଜନ କରି....

ଶରତ କାଳର ଶୋଭା ବଢିଗଲା
ଆଗମନେ ଦଶଭୂଜା
ପୂଜା ମଣ୍ଡପରେ ବିଜେ ହେଲେ ମାଆ
କାର୍ତ୍ୟାୟନୀ ଅଷ୍ଟଭୁଜା....

ଧରଣୀ କମ୍ପିଲା ଶରତ ସନ୍ଧ୍ୟାରେ
ମନ୍ତ୍ର ଓ ଭଜନ ଗାନେ
ସୁଶୋଭିତ ହେଲା ପୂଜାମଣ୍ଡପ'ଟି
ନବରାତ୍ର ଆଗମନେ....

ଦୁର୍ଗତିନାଶିନୀ ସଙ୍କଟ ହାରିଣୀ
ଦୁଃଖମନୋହରି ମାଆ
ଶୁଭଙ୍କରୀ ମାତା ଢାଳିବେ ଆଶିଷ
ବିପଦେ ହୋଇବେ ସାହା....

ଜନ୍ମ ଜନ୍ମାନ୍ତର ପାପଯିବ ଧୋଇ
ମାଆଙ୍କ ଆଶିଷ ପାଇ
ହେବା ପଦାଶ୍ରିତ ଅଧମ ଯେତେକ
ଉଦ୍ଧାରିବେ ମହାମାୟୀ....

Post a Comment

0Comments
Post a Comment (0)