ତିରିଡା, ବେଗୁନିଆପଡା, ଗଞ୍ଜାମ
ମୋ'ହୃଦ ଅରଣ୍ୟେ ଅବା ମନ ବନେ
ଜୋଛନାରେ ଭିଜୁଥିଲି
କେ'ଅବା ଗନ୍ଧର୍ବ ସାଜି ଦେବଦୂତ
ଏ'ପଥେ ଆସିଲା ବୁଲି ....
ତୋଳିନେଲା ଯେବେ ତାର ହସ୍ତ ସ୍ପର୍ଶେ
ନିଜକୁ ଧନ୍ୟ ମଣିଲି
ମଲ୍ଲୀ ଓ ଗୋଲାପ ସମ ନୁହେଁ ମୁହିଁ
ବଣଫୁଲ ବଣମଲ୍ଲୀ ....
ହୃଦୟର ଭାଷା ଭାବ ଓ ଭାବନା
ଲେଖୁଅଛି ଲେଖୁଥିବି
ନହେଲେ'ବି ମୁଁ କବି
ବାଣ୍ଟୁଛି ବାଣ୍ଟିବି ମୋହରି ମହକ
ଇଶ୍ଵରଙ୍କ ପଦସେବି .....
ବଣମଲ୍ଲୀର ମହକ ଇ-ପତ୍ରିକାର ସମ୍ପାଦନା ମଣ୍ଡଳୀ ତଥା ଏହାର ପ୍ରିୟ ପାଠକବୃନ୍ଦ ଓ ସମସ୍ତ ସାରସ୍ୱତ ସାଧକଙ୍କୁ ବିନମ୍ର ପ୍ରଣାମ ସହ ଶାରଦୀୟ ଶୁଭକାମନା । ମା'ଦୁର୍ଗା ଦୁର୍ଗତିନାଶିନୀ ସମସ୍ତଙ୍କ ଦୁଃଖ କଷ୍ଟ ହରଣ କରିବା ସହିତ ବଣମଲ୍ଲି ଇ-ପତ୍ରିକାର ଉତ୍ତରୋତ୍ତର ସମୃଦ୍ଧିରେ ସହାୟକ ହୁଅନ୍ତୁ, ଏହା ହିଁ ପ୍ରାର୍ଥନା ମା'ଙ୍କ ଠାରେ ।
