କୃଷ୍ଣପ୍ରେମ - ଧ୍ରୁବ ଚରଣ ବେହେରା

0
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

କାହ୍ନୁର ବଂଇଶୀ ଶୁଭୁଥିଲା କର୍ଣ୍ଣେ
ଯମୁନା କଦମ୍ବ ବନେ
ଗୋପିଙ୍କର ମନ ହୁଏ ଛନ ଛନ
ହସନ୍ତି ମନ ଉଦ୍ୟାନେ ।୦|
ଆନନ୍ଦ ଜୁଆର ଫୁଲି ହସୁଅଛି
ପ୍ରୀତି କୁ କରି ନିଜର
କେଉଁ ଆଶା ନେଇ ଖେଳୁଛ ମୋ ସାଙ୍ଗ
ତୁମେ ମୋର ପ୍ରୀୟବର
ଭାସୁ ଅଛ ନିତି ଲଳିତ ରାଗିଣୀ
ମନ କିଣି ନିଅ ଡାକି ।୧।
ହୃଦୟକୁ ଥରେ ପଚାରିଛ କବେ
କେଉଁ ରାଗ ମନେ ମୋର
ରାଗ ନୁହଁ ସାଥି ତୁମେ ମୋର ମଣି
ଅକୁହା ସେ ପ୍ରେମ ଝର
ତୁମେ ଅଟ ମୋର ଅମର ବଂଇଶୀ
ସାଥି ମୁଁ କୃଷ୍ଣ ପ୍ରେମର ।୨।

Post a Comment

0Comments
Post a Comment (0)