ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪
Email: sahubalabanta234@gmail.com
ବାରମ୍ବାର ମରିବାକୁ ପଡେ
ବଞ୍ଚିବାର ଆଶା ନେଇ
ଳୁହଭର୍ତ୍ତି ନୟନକୁ
ଭାବିବାକୁ ହୁଏ
ଗୋଟେ ଚିରସ୍ରୋତ ନଈ ।୧।
ପ୍ରେମ ଟିକେ ପାଇଁ
ଶାନ୍ତି ଟିକେ ପାଇଁ
ପିଇବାକୁ ହୁଏ ଅଶ୍ରୁ
ନିଜକୁ ନିଜେ ଯେ
ଭାବିବାକୁ ହୁଏ
ନିଜର ବଡ ଶତ୍ରୁ ।୨।
ଆଲୁଅ ର ପାଇଁ
ହେବାକୁ ପଡେ
ପ୍ରଦୀପତଳ ଛାଇ
ମାନିବାକୁ ପଡେ
ନିଜ ପରାଜୟ
ଅନ୍ୟର ସମ୍ମୁଖେ ଯାଇ ।୩।
ପାଇବା ଆଶାରେ
ଜିଣିବା ଖୁସିରେ
ପିଇବାକୁ ହୁଏ ବିଷ
ନିଜ ଅପଯଶ
ଅନ୍ୟ ସମ୍ମୁଖରେ
କରିବାକୁ ପଡେ ମିତ।୪।
