ଦେବୀ ପ୍ରଧାନ
ଗ୍ରାମ-ପାଣିଭଣ୍ଡାର, ଜିଲ୍ଲା-ଭଦ୍ରକ

ସଳିତା ପରି ମୁଁ ଜଳୁଛି ଜଳିବି
ଲିଭିବା ଯାଏ ମୋ ଶିଖା,
ମୁଁ ଜଳୁଥିବି ଦୁନିଆଁ ହସିବ
ଏହି ମୋ କପାଳ ରେଖା,
ଜୀବନ ସାରା ମୁଁ ଜଳୁଛି ଏମିତି
ଆଉ ଜଣେ ନିଏ ନିଁଆ,
ରାତି ଆଢୁଆଳେ ସ୍ୱରୂପ ଜଳୁଛି
ନିଆଁ ନ ଥାଇ ବି ଧୂଆଁ,
ନିଜେ ମୁଁ ଜଳିବି ଆନେ ହସେଇବି
ମୋ କପାଳେ ଏହା ଲେଖା,
ତମ ପାଇଁ ସୁଖ ଶାନ୍ତି ମନାସିବି
କେବେ ନ ହେଉ ପଛକେ ଦେଖା ।