ବଳବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼, ଦୂରଭାଷ- ୯୦୭୮୧୦୫୨୩୪

ଜୀବନ ଜଞ୍ଜାଳେ ମଣିଷର ବନ୍ଧୁ
ହେଉଛି ତ ମତିଭ୍ରମ
ଜୀବନ୍ତ ପ୍ରତିମା ଥାଇ ସଦା ପାଖେ
ନିର୍ଜୀବ ମୂର୍ତ୍ତିରେ ଭାବ ॥୧॥
ପିତୃମାତୃ ବନ୍ଧୁ ସଜୀବ ମୂର୍ତ୍ତି ତ
ସେବା ନକରି ତା ସଦା
ଭରଷା କରୁଛି ନିର୍ଜୀବ ମୂର୍ତ୍ତି କୁ
ପାଖେ ଥାଇ ପିତାମାତା ॥୨॥
ଅଦୃଶ୍ୟ ହେଲେବି ବିଶ୍ଵାସ କରୁଛି
ଛାଡି ତା ପିତାମାତା କୁ
ନିଜ ଜୀବନର ସୃଷ୍ଟିକର୍ତ୍ତା ଯିଏ
ପଦାଘାତ କରେ ତାକୁ ॥୩॥
ସଜବାଜ ହୋଇ ମନ୍ଦିର ଯାଉଛି
ଆବଶ୍ୟକ ଯାର ନାହିଁ
ଖାଇଲେଣି କି ତା' ବୃଦ୍ଧ ପିତାମାତା
ତାହା ସେ ଜାଣିବ କାହିଁ ॥୪॥
ନିଜ ଗୃହେ ଥାଇ ବାସ୍ତବ ଠାକୁର
ଦେବଦେବୀ ପୂଜା କେତେ
କାର୍ତ୍ତିକ ହେଉଛ କାହିଁକି ବନ୍ଧୁ ହେ
ଗଣେଶଠୁ ଶିଖ ପଦେ ॥୫॥
ଭିନ୍ନ ମତବାଦୀ ଦୁନିଆଁ ଏ ବନ୍ଧୁ
ଯାହା ଦେଉଥାଉ ମତ
ପିତାମାତା ସଦା ବାସ୍ତବ ଠାକୁର
ହୃଦେ ଅଛି ମୋର ମିତ ॥୬॥