ବିକେଶ ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ – ୭୭୫୨୦୬୬୨୧୭

ନିର୍ଜନ ସେଇ ଘରଟା ଭିତରେ
କାଳିମା ଅନ୍ଧାର ବୋଲି
ଦଗଦଗ ହୋଇ ଝଟକୁ ଥିଲାତ
ଆକାଶ ରେ ସେ ବିଜୁଳି ॥
ଘଡ ଘଡି ତାଳେ ଥରୁଥିଲା ମୋର
ଏଇ ଅମାନିଆ ଛାତି
ଫଡଫଡ ହୋଇ ଉଡୁଥିଲା ସେଇ
ଝରକା ରେ ବନ୍ଧା ପଟି ॥
କଳା ମେଘେ ଲୁଚି ଖେଳେ ଲୁଚକାଳି
ସେ ଅମାନିଆ ବିଜୁଳି
ଝିପି ଝିପି ହୋଇ ଝରି ପଡୁଥିଲା
ଆକାଶୁ ଅଜସ୍ର ବାରି ॥
ଝାପସା ଝାପସା ବିଜୁଳି ଆଲୁଅ
ଦିଏ ଭିନ୍ନ ଅନୁଭୂତି
ନୁଆ ନୁଆ ଲାଗେ ପ୍ରତିଟି ସମୟ
ଭାବେ କେଉଁଠି ମୁଁ ଅଛି ॥
ତୁହା ତୁହା ସେଇ ଅମାନିଆ ବର୍ଷା
ଯାଉଥିଲା ସତେ ଝରି
ପ୍ରତି ଜଳକଣା ମିଶି ପବନରେ
ଶିତଳତା ଦିଏ ଆଣି ॥
ନିଦ ଆସେ ନାହିଁ ଏଇ ମୋ ଆଖିରେ
କେତେ ସ୍ୱପ୍ନ ଆସେ ଭାଷି
ପ୍ରତିଟି ମୁହୁର୍ତ୍ତ ଲାଗେ ପ୍ରୀତି ଭରା
ଭାବନାରେ ଯାଏ ମାତି ॥
ଭାଷି ଆସେ ସେଇ ଅତୀତ ସ୍ମୃତି
ପ୍ରିୟା ଯାଏ ମନେ ପଡି
ସପନେ ସପନେ କେତେଯେ ସତାଏ
କେତେ ଅନୁଭୂତି ନେଇ ॥
ପବନର ତାଳେ ନାଚି ଉଠେ ମନ
ହୃଦୟ ମୋ ଯାଏ ଥରି
ଅତୀତ ସ୍ମୃତିର ପ୍ରତିଟି ପୃଷ୍ଠା
ଆପେ ଆପେ ଯାଏ ଖୋଲି ॥
କେତେ ଯେ ଯନ୍ତ୍ରଣା କେତେ ଉନ୍ମାଦନା
ମନେ ଯାଏ ଘର କରି
ନିଦ ହୁଏନା ତ ଜମା ଏ ଆଖିକୁ
ନିଜକୁ ଯାଇଛି ଭୁଲି ॥