ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ତୁମ ପାଇଁ ଆଜି ସାଜିଛି ଗୋଲାପ
ମୋର ରକ୍ତିମ ପାଖୁଡ଼ା ମେଲି
ତୁମ ହୃଦୟ କାନନେ ନିତି ହସୁଥିବି
ସାତ ଫଗୁଣ କୁ ଭୁଲି ।
ବିପଟେ କହିବି କଟୁର ବଚନ
ଭୁଲି ଯିବ ମୋତେ ମନୁ
କାମରୂପ ପରି ସାଥି ମୁଁ ପାଇଛି
ସମର୍ପି ଯୌବନ ତନୁ ।
ପ୍ରେମିକ ପ୍ରେମିକା ମାଧ୍ୟମ ହୋଇବି
ପାଇବି ସେନହ ଆଦର
ଚୁମ୍ବନର ବନେ ସୁହାଗିନୀ ସାଜି
ଚେଇଁ ଥିବି ଅଭିସାର ।