ବିକେଶ ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ – ୭୭୫୨୦୬୬୨୧୭

କେତେ ପ୍ରୀତି
କେତେ ଶାନ୍ତି
କେତେ ଶକ୍ତି
କେତେ ସ୍ନେହ ମନେ ଉଠେ ଜାଗି
ଖେଳି ଯାଏ ମନେ ମୋର
ଅପୂର୍ବ ଶକତି
ଯେବେ ମୋ ଭଗିନୀ
ମୋତେ ଡାକିଦିଏ ଭାଇ ।
ସଜେଇ ଯେବେ ଦିଏ ମୋତେ
ସେ ତ ବୀର ବେଶେ
କପାଳରେ ସିନ୍ଦୁର ଗାର ଦେଇ
ଅକ୍ଷତ ଯେ ପୁଷ୍ପ ମୋର ମୁଣ୍ଡେ
ଯେବେ ଦିଏ ଫିଙ୍ଗି
ମନେ ମୋର ଭରିଯାଏ ଅପୂର୍ବ ଶକତି
ହସ୍ତେ ମୋର ସିଏ
ବାନ୍ଧେ ଯେବେ ରାକ୍ଷୀ ।
ନ ଥାଏ ଡର ତ କାହାକୁ
ଏକା ବି ମୁଁ ଲଢ଼ି ପାରେ
ଏ ଦୁନିଆ ସାଥିରେ
ହାରମାନିବା ତ ପ୍ରଶ୍ନ ଉଠେନି
କାହିଁ କି ନା ସାଥେ ଅଛି ମୋର
ଭଉଣୀର ଶୁଭ କାମନା ।
ନୁହେଁ ସେ ତ ସୁତା ଖଣ୍ଡ
ନୁହେଁ ମୂଲ୍ୟ ହୀନ
ସେ ତ ମୋ ପ୍ରତି
ମୋ ଭଉଣୀର
ସ୍ନେହ ପ୍ରେମ ମମତାର
ଅମୂଲ୍ୟ ରତନ ।
ଯେଉଁଠି ଭରି ରହିଛି
ତାରି ପ୍ରତିଟି
ଅଝଟ ଓ ଅଳି
କେତେ ଯେ ଅତୁଳନୀୟ
ପ୍ରେମର ଶିକୁଳି
ଯାହା ମୋତେ ବନ୍ଧି କରିଦିଏ
ତାରି ହୃଦୟର
ହାଜତ ଭିତରେ
ନା ମୁଁ ମୁକୁଳି ପାରେ
ନା କରେ ମୁଁ
ମୁକୁଲି ବାର ପ୍ରୟତ୍ନ ।
ଏ ତ ବାସ୍ତବ ପ୍ରେମ
ଯାହା ତୁଟିବନି କେବେ
ବଞ୍ଚି ଥିବା ଯାଏଁ
ହୃଦୟରେ ରହିଥିବ
ଅନ୍ତିମ ଶ୍ୱାସ ଯାଏଁ
ଜୀବନର ଶେଷ ଯାଏଁ ।