ବୃନ୍ଦାବନ ଜେନା
କପ୍ତିପଦା, ମୟୂରଭଞ୍ଜ
ତୁମେ ଗଲା ପରେ ପରେ
ଅମାନିଆ ଲୁହ ବୋଲମାନେ ନାହିଁ
ଆଖିରେ ମୋର ନିଦ ଆସେ ନାହିଁ
ତୁମ ଫେରିବା ବାଟକୁ ଚାହିଁ ।
ସବୁ କୋହ ଚାପି ମୁଁ ଦେଇଛି
ମୋର ଏ ଭଙ୍ଗା ହୃଦୟ ତଳେ
ଭୁଲିବାକୁ ଆଜି ଚେଷ୍ଟା କରିଛି
ହେଲେ ସ୍ମୃତି ସବୁ ମତେ ଜାଳେ ।
ଇନ୍ଦ୍ରଧନୁ ରଙ୍ଗ ମୋତେ
ଲାଗେ ରଂଗହୀନ
ଲାଗେ ଫିକା ଫିକା
ପୁନେଇ ରାତିର ଜହ୍ନ ।
ବଇଁଶୀର ସ୍ୱର
ଲାଗେ ବେସୁରା ବେସୁରା
ଭିଜେଇ ପାରୁନି
ଶ୍ରାବଣର ବର୍ଷାଧାରା ।
