ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ
ନିରାଶ ନିଦାଘ ରଚିଥିଲା ଦାଗ
ଅସହ୍ୟ ଯନ୍ତ୍ରଣା ଦେଇ
ହୃଦ ମଧୁବନ ଶିହରି ଉଠିଲା
ବରଷାର ସ୍ୱର୍ଶ ପାଇ....
ଶ୍ରାବଣ ବରଷା ଭରଷା ନଥିଲା
ଭୋଦୁଏ ଦେଲା ଭିଜେଇ,
ଆକାଂକ୍ଷା ଆକାଶୁ ଅସରାଏ ମେଘ
ମନଗ୍ଳାନି ଦେଲା ଧୋଇ....
[Use latest version of web browsers for better optimization & browsing experience of this website.]