ଭାରତର ସ୍ଵାଧୀନତା

0

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଦୂରଭାଷ-୯୦୭୮୧୦୫୨୩୪


ଦରକାର ନଥିଲା
ଭାରତ ପାକିସ୍ଥାନ
ଦୁଇ ଭିନ୍ନ ଭିନ୍ନ ଦେଶ
ଚାହିଁଥିଲି ମୁଁ
ସେଇ ମୋ ପ୍ରିୟ
ଅଖଣ୍ଡ ଭାରତବର୍ଷ ।୧।


ଭୁସ୍ ଭାସ୍ ଢୋ ଢା଼
ତୋପ ବୋମା ଶବ୍ଦ ଶୁଭେ
ଭାଇ ଭାଇ ଆଜି
ଯୁଦ୍ଧ ପଡ଼ିଆରେ
ରକ୍ତର ନଦୀ ବହେ
ଶତ ଶତ ପ୍ରାଣ ଯାଏ ।୨।


ଭାବି ନଥିଲି ମୁଁ
ଧନୀ ଦାରିଦ୍ରର
ଏଇ ବିଶାଳ ପାର୍ଥକ୍ୟ
ଭାବି ଥିଲି ମୁଁ
ସେଇ ମୋ ପ୍ରିୟ
ଆତ୍ମ ନିର୍ଭର ବଳୟ ।୩।


ଲୁହ ଭିଜା ଆଖି
ଦୁଃଖ ପୂର୍ଣ୍ଣ ମନ
ଶତ ଶତ ଆଜି ଦିଶୁଛି
ଭାଇ ଭାଇ ମଧ୍ୟେ
ପ୍ରତିଯୋଗିତା କି' ଏ ?
ଶତ ଶତ ପ୍ରାଣ ଯାଉଛି ।୪।


ଭାବି ନ ଥିଲି ମୁଁ
ହିଂସା ଅହଂକାର
ଦୁର୍ନୀତି ଭରା ଏ ଦେଶ
ଚାହିଁ ଥିଲି ମୁଁ
ସେହି ମୋ ପ୍ରିୟ
ସମଭାବପନ୍ନ ଦେଶ ।୫।


ନିଜର ଭଉଣୀ
ସୁରକ୍ଷିତ ନୁହଁ
ବାଟଚାଲେ ନଇଁ ମଥା
ଇଏ' କି ମୋ ପ୍ରିୟ
ବିଶ୍ୱେ ଖ୍ୟାତ ଦେଶ
ଭାରତର ସ୍ୱାଧୀନତା ।୬।

Post a Comment

0Comments
Post a Comment (0)